ଠିକାଦାରଙ୍କ ଇଛାରେ ଚାଲିଛି ଖଣ୍ଡପଡ଼ା ବାଇପାସ ରାସ୍ତା କାର୍ଯ୍ଯ, କନିଷ୍ଠ ଯନ୍ତ୍ରୀଙ୍କ ଦେଖା ମିଳୁନି
ଖଣ୍ଡପଡ଼ା ୯।୮ (ମଣିଭଦ୍ରା ଖବର) ଗତ ୨ ବର୍ଷ ହେଲା ଠିକାଦାରଙ୍କ ଇଛାରେ ଚାଲିଛି ଖଣ୍ଡପଡ଼ା ବାଇପାସ ରାସ୍ତା ନିର୍ମାଣ କାର୍ଯ୍ଯ। ଖଣ୍ଡପଡ଼ା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ଯେଉଁ ଭଳି ଢଙ୍ଗରେ ରାସ୍ତା କାର୍ଯ୍ଯ କରାଯାଉଛି ଆସନ୍ତା ୨ ବର୍ଷ ମଧ୍ଯରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ଯ ଶେଷ ହେବା ନେଇ ସାଧାରଣରେ ସନ୍ଦେହଜାତ ହୋଇଛି।ବାଇପାସ ରାସ୍ତା କାର୍ଯ୍ଯରେ ନିୟୋଜିତ ଠିକାଦାରଙ୍କ ପ୍ରତି ଖଣ୍ଡପଡ଼ା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ଆସୁନାହାନ୍ତି । ବାଇପାସ ରାସ୍ତାରେ ଅବସ୍ଥିତ କଲଭର୍ଟ ସ୍ଥାନର ଉଭୟ ପାର୍ଶ୍ବ ରାସ୍ତା ପିଚୁ ହୋଇନଥିବା ବେଳେ ନିମ୍ନମାନର କାର୍ଯ୍ଯ ଯୋଗୁଁ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠି ଯାଇଥିବା ନଜରକୁ ଆସୁଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ବରେ ପକା ଯାଇଥିବା ଫେଭର ବ୍ଲକ ଗୁଡିକ ବର୍ଷା ପାଣି ମାଡରେ ଦବିଯାଇ ରାସ୍ତା ପାର୍ଶ୍ବ ବିପଦଶଙ୍କୁଳ ହୋଇ ପଡିଛି। ଠିକାଦାରଙ୍କ ମନମାନି ଯୋଗୁଁ ଅଧାରେ ଅଟକିଥିବା ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଖଣ୍ଡପଡ଼ା ସହରବାସୀ ଅଭିଯୋଗ କରିଛନ୍ତି। ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଏ ସଂର୍ପକରେ ଅବଗତ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବାଇପାସ ରାସ୍ତା କାର୍ଯ୍ଯରେ ନିୟୋଜିତ ଠିକାଦାରଙ୍କୁ ଘଣ୍ଟ ଘୋଡ଼ାଇ ଥିବା ଅଭିଯୋଗ ହେଉଛି। ଏବେ ଉକ୍ତ ରାସ୍ତା ଦେଇ ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି। ନୟାଗଡ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ଉଚ୍ଚ କର୍ତ୍ତୃପକ୍ଷ ଏହି ବାଇପାସ ରାସ୍ତା ପ୍ରତି ଦୃଷ୍ଟିଦେଇ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ଯ ଶେଷ କରିବାକୁ ସାଧାରଣରେ ଦାବି ହେଉଛି।ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ କାଲୋଙ୍କୁ ଏ ସଂର୍ପକରେ ପଚାରିବାରେ ବାଇପାସ ରାସ୍ତା କାର୍ଯ୍ଯରେ ନିୟୋଜିତ ଠିକାଦାରଙ୍କୁ ଏ ନେଇ ତାଗିଦ କରାଯାଇଥିବା କଥା ନେଇ ସୂଚନା ଦେବାସହ ଖୁବଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ ହେବ ବୋଲି କହିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment