BREAKING
Loading...
:

ଦେବ ଦେବ ମହାଦେବଙ୍କ ମନ୍ଦିରରୁ ଅଳଙ୍କାର ଚୋରି

 ଦେବ ଦେବ ମହାଦେବଙ୍କ ମନ୍ଦିରରୁ ଅଳଙ୍କାର  ଚୋରି।

  



ନିମାପଡ଼ାରେ ଦେବ ଦେବ ମହାଦେବଙ୍କ ମନ୍ଦିରରୁ ଚୋରି ହୋଇଛି। ସୂଚନା ଅନୁଯାଇ ଚାରିଛକ ମେଡିକାଲ ନିକଟସ୍ତ ବ୍ରହ୍ମଶ୍ୱେର ମନ୍ଦିରରୁ ପ୍ରାୟ ଦୁଇ ଲକ୍ଷ୍ୟ ଟଙ୍କାର ଅଳଙ୍କାର ଚୋରି ହୋଇଛି। ସୂଚନା ଅନୁଯାଇ ଗତକାଲି ରାତିରେ ଦୁର୍ବୁତ୍ତ ମାନେ ମନ୍ଦିର ତାଲା ଭାଙ୍ଗି ପ୍ରଭୁଙ୍କର  ମୂର୍ତ୍ତି, ରୁପା ମୁକୁଟ, ରୁପା ଆଖି, କାନ ଝୁମୁକା ଏବଂ ଅନ୍ୟାନ୍ୟ ସାମଗ୍ରୀ ସବୁ ଚୋରି କରି ନେଇ ଯାଇଥିବା ସକାଳୁ ବ୍ରାହ୍ମଣ ମନ୍ଦିର ଆସି ଦେଖିବାକୁ ପାଇଥିଲେ। ଏ ଘଟଣାପ୍ରଥମେ ମନ୍ଦିର ର ସଭାପତି ଙ୍କୁ ଜଣାଇ ଥିଲେ। ତା ପରେ ଗ୍ରାମବାସୀଙ୍କୁ ଜଣାଇ ଥିଲେ। ଗ୍ରାମବାସୀ ମାନେ ମନ୍ଦିରରେ ପହଁଚି ଚାରିଛକ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ସାଇଁଟିଫିକ ଟିମ କୁ ଖବର ଦେଇଥିଲେ,ସାଇଁଟିଫିକଟିମ ର କର୍ମୀ ମନେ ଆସି ମନ୍ଦିର ରୁ ଚୋରି ହୋଇଥିବା ଜାଗା ରୁ ଅନୁସନ୍ଧାନ କରିଥିଲେ ଶେଷରେ ସନ୍ଧନୀ କୁକୁର ଆସି ମନ୍ଦିର ର ବୁଲିବା ସହ ବ୍ରହ୍ମକୁଣ୍ଡି ଗ୍ରାମ ର କେନାଲ ରାସ୍ତା ରେ ବେଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯିବା ସହ ସେଠାରୁ ଫେରୀ ଆସିଥିଲେ। ଏ ସମ୍ପର୍କରେ ଚାରିଛକ ଥାନା ଅଧିକାରୀ ଙ୍କୁ ପଚାରିବାରୁ ସେ ପ୍ରକାଶ କରିଛନ୍ତି ଖୁବ ଶୀଘ୍ର ଚୋର କୁ ଧରିଯିବ ବୋଲି  ପ୍ରକାଶ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS