ରାଇରଙ୍ଗପୁର ରନ୍ଧନ ଗ୍ଯାସ ଭାରତ ବିତରଣରେ ଖାଉଟି ଅସନ୍ତୋଷ ପ୍ରକାଶ -
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରରେ ଏକମାତ୍ର ନିର୍ଭରଯୋଗ୍ଯ ରନ୍ଧନ ଗ୍ଯାସ ଭାରତ ଏଜେନ୍ସି ସ୍ଥାନୀୟ ମହୁଲଡିହାଁ ଠାରେ କାର୍ଯ୍ଯାଳୟ ଗଢିଉଠିଛି l ଏହାର ଗୋଦାମ ଘର ଇନ୍ଦିରା ପଡିଆ ଠାରେ ରହିଛି l ଏହା ବହୁ ବର୍ଷ ହେଲା ଲୋକମାନଙ୍କୁ ସେବା ଦେଇଆସୁଛି l କିନ୍ତୁ ନିକଟରେ ଖାଉଟିମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଠିକ୍ ସମୟରେ ରନ୍ଧନ ଗ୍ଯାସ ପାଇପାରୁନାହାଁନ୍ତି l ରନ୍ଧନ ଗ୍ଯାସ ଆଣିବାକୁ ଗୋଦାମ ଘରେ ଲମ୍ବା ଲାଇନରେ ଠିଆ ହେବା ପାଇଁ ପଡୁଛି l ତଥାପି ଲାଇନ ପହଞ୍ଚିଲା ବେଳକୁ ଗ୍ଯାସ ମିଳିନାହିଁ l ଅର୍ଥାତ୍ ରନ୍ଧନ ଗ୍ଯାସ ଉପଯୁକ୍ତ ପରିମାଣରେ କମ୍ପାନୀ ଠାରୁ ଆସୁନାହିଁ l ଲୋକେ ଆଗତୁରା ରନ୍ଧନ ଗ୍ଯାସ ବୁକିଂ କଲେ ମଧ୍ଯ ଠିକ୍ ସମୟରେ ପାଇପାରୁନାହାଁନ୍ତି l ଯାହା ଫଳରେ ଖାଉଟି ମାନଙ୍କ ମଧ୍ଯରେ ତ୍ରୀବ୍ର ଅସନ୍ତୋଷ ଦେଖାଯାଇଛି l ଏ ବାବଦରେ ଖାଉଟି ଗଣ ଭାରତ ଗ୍ଯାସ ଏଜେନ୍ସି ମ୍ଯାନେଜରଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ଯ ସୁଫଳ ମିଳିପାରୁନାହିଁ l ଏଣୁ ସେମାନେ ବାଧ୍ଯ ହୋଇ ଗଣମାଧ୍ଯମ ପ୍ରତିନିଧିଙ୍କୁ ସେମାନଙ୍କର ଦୁଃଖର କାହାଣୀ ଜଣାଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment