*ପୁଣି ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ*
ଗଜପତି(ମନୋଜ ପାଢୀ/ ୧୪/୮
ପୁଣି ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ । 25 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଜପତି ସିଡିଏମଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ । ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ପିଅନ ନିରଞ୍ଜନଙ୍କ ମାଧ୍ୟମରେ ଜଗଦୀଶ ଲାଞ୍ଚ ନେଉଥିଲେ । ସିଡିଏମଓ କାର୍ଯ୍ୟାଳୟ ସମେତ ଜଗଦୀଶଙ୍କ ସରକାରୀ ବାସଭବନ ଓ ପିଅନ ନିରଞ୍ଜନଙ୍କ ମଣ୍ଡଳଦେବୀ ସ୍ଥିତ ବାସଭବନରେ ଭିଜିଲାନ୍ସର ଚଢାଉ ଜାରି ରଖିଛି।
DSP ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ରାଜେନ୍ଦ୍ର ନାୟକ,ଡି ବାସୁଦେବ ରାଓ ଇନ୍ସପେକ୍ଟର ସହ 12 ଜଣିଆ ଟିମ୍ ରୋଡରେ ନିୟୋଜିତ ଅଛନ୍ତି। ଉଭୟଙ୍କ 2ଟି ସ୍ଥାନରେ ରେଡ କରାଯାଇଛି । ଜଗଦୀଶଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରୁ 5ଲକ୍ଷ ରୁ ଅଧିକ ନଗଦ ଟଙ୍କା ଓ କିଛି ରୂପା ଗହଣା ମିଳିଛି । ଚଢାଉ ସରିବା ପରେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି। ସୁଚନା ଅନୁସାରେ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ସମ୍ପର୍କିତ ଚିଠି ଦେବାକୁ ବରିଷ୍ଠ କିରାଣୀ ଓ ପିଅନ ଯୁବ ଡାକ୍ତରଙ୍କୁ 25 ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ । ଏନେଇ ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ, ଭିଜିଲାନ୍ସ ଅଧିକାରୀମାନେ ଆଜି ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟରେ ପହଞ୍ଚି ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକଙ୍କୁ ଧରିଥିଲେ ।
ମଣିଭଦ୍ରା ଖବର, ଗଜପତି


إرسال تعليق