ମହାନଦୀ ପବ୍ଲିକ ସ୍କୁଲ ତରଫରୁ ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ,କୁନି କୁନି ଛାତ୍ରଛାତ୍ରୀ ବାଣ୍ଟିଲେ ସଚେତନତା ବାର୍ତ୍ତା
ଗଣିଆ ୧୪/୦୮(ମଣିଭଦ୍ରା ଖବର) କୁନି କୁନି ଛାତ୍ରଛାତ୍ରୀ ବାଣ୍ଟିଲେ ସଚେତନତାର ବାର୍ତ୍ତା । ହାତରେ ଖଣ୍ଡିଏ ଖଣ୍ଡିଏ ଜାତୀୟ ପତାକା ଧରି ଶୋଭାଯାତ୍ରା କରିବା ସହିତ ଦେଶ ମାତୃକା ପାଇଁ ସ୍ଳୋଗାନ ଦେଇଥିଲେ । ଗଣିଆରେ ଥିବା ବେସରକାରୀ ଇଂରାଜୀ ବିଦ୍ୟାଳୟ ମହାନଦୀ ପବ୍ଲିକ ସ୍କୁଲର ୬/୭ ବର୍ଷର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଗଣିଆର ବିଭିନ୍ନ ସାହି, ବଜାର ପରିକ୍ରମା କରିବା ପରେ ବଜାରରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ।
ଜୀବନକୁ ଠିକ୍ ଭାବେ ବୁଝିନଥିବା ଏହି କୁନି କୁନି ଛାତ୍ରଛାତ୍ରୀ ମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅୟନ ଫାଉଣ୍ଡେସନର ମୁଖ୍ୟ ଟ୍ରଷ୍ଟି ତଥା ବିଦ୍ୟାଳୟର ସମ୍ପାଦକ ପଙ୍କଜ କୁମାର ସାହୁ, ଭାରପ୍ରାପ୍ତ ଅଧ୍ୟକ୍ଷ ରଶ୍ମିରଞ୍ଜନ ଦାଶ, ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚି ମହାପାତ୍ର,ପରିଚାଳକ ଅଶୋକ କୁମାର ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର, ଗଣିଆ


إرسال تعليق