BREAKING
Loading...
:

ଖଣ୍ଡପଡ଼ାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

 ଖଣ୍ଡପଡ଼ାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ 


ଖଣ୍ଡପଡ଼ା 


(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ସମେତ ସମାଜସେବୀ ତଥା ଆଇନଜୀବୀ ବିଧାନ ଚନ୍ଦ୍ର ପ୍ରଧାନ, ଖଣ୍ଡପଡ଼ା ନଗର ବିଜେପି ସଭାପତି ଦିଗମ୍ବର ମିଶ୍ର ଓ ଅନ୍ଯ କାଉନସିଲରମାନେ ସାମିଲ ହୋଇଥିଲେ। ଖଣ୍ଡପଡ଼ା ସହରର ରଥଗଡାଛକସ୍ଥିତ ବିଶ୍ବ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣିସାମନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ପରେ ତ୍ରିରଙ୍ଗା ଶୋଭାଯାତ୍ରା ଖଣ୍ଡପଡ଼ା ସହର ପରିକ୍ରମା କରିଥିଲା।ସ୍ବେଚ୍ଛାସେବୀମାନେ ୫୦ ମିଟର ଲମ୍ବର ଏକ ଜାତୀୟ ପତାକାକୁ ହାତରେ ଧରି ଶୋଭାଯାତ୍ରାରେ  ସାମିଲ ହୋଇଥିଲେ।ଶୋଭାଯାତ୍ରାରେ ଅନ୍ଯମାନଙ୍କ ମଧ୍ଯରେ ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର, ସମସ୍ତ କର୍ମଚାରୀଙ୍କ  ସମେତ ୩ ଶହରୁ ଉର୍ଦ୍ଧ୍ବ ଜନସାଧାରଣ ସାମିଲହୋଇ ତ୍ରିରଙ୍ଗା ପତାକା ଦେଇ ଥିଲେ। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS