୨ ଟି ବିଦ୍ୟାଳୟରେ କୃମିନାଶକ ଦିବସ
ଖଣ୍ଡପଡ଼ା ୧୪|୮( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ୨ ଟି ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି। ଖଣ୍ଡପଡ଼ା ବ୍ଲକ ଅଧିନ କୁଞ୍ଜବିହାରୀ ଓ କୋସକା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ଯ ଚିକିତ୍ସାଧିକାରୀ ଡା ଅଭିଷାର ପଣ୍ତା ଅତିଥିଭାବେ ଯୋଗ ଦେଇ କାର୍ଯ୍ଯକ୍ରମର ଶୁଭାରମ୍ଭ କରିବା ଅବସରରେ ଦିବସ ପାଳନର ମହତ୍ବ ସଂର୍ପକରେ ଆଲୋକପାତ କରିଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯାଇଥିଲା। ପର୍ଯ୍ୟାୟକ୍ରମେ ଖଣ୍ଡପଡ଼ା ବ୍ଲକ ଅଧିନ ସମସ୍ତ ବିଦ୍ୟାଳୟରେ ଏହି ଔଷଧ ପ୍ରଦାନ କରାଯିବ ବୋଲି ଖଣ୍ଡପଡ଼ା ଓ ନୂଆ ଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ପରିଚାଳନାରେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ସକ୍ରୀୟ ସହଯୋଗ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق