BREAKING
Loading...
:

ମହିଳା ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

 ମହିଳା ମହାବିଦ୍ୟାଳୟରେ

ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ 



ଖଣ୍ଡପଡ଼ା ୧୪|୮ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ ସଂର୍ପକିତ ଏକ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ ଏକ ସୁସ୍ଥ ସମାଜ ଗଠନରେ ଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଏ ପରିପ୍ରେକ୍ଷୀରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ନେଇ ଅନୁଷ୍ଠାନର ଅଧ୍ୟକ୍ଷା ସ୍ମିତାଶେଫାଳି ମହାପାତ୍ର ସୂଚନା ଦେବା ସହ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଏ ଅବସରରେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ସମସ୍ତ ଛାତ୍ରୀ ସମବେତ ଭାବେ ଶପଥ ନେଇଥିଲେ। ଅଧ୍ୟାପକ ଡ.ଅଜିତ କୁମାର ବସନ୍ତରାୟ ,ଅଧ୍ୟାପିକା ବିଶ୍ବଭାରତୀ ମହାରଣାଙ୍କ  ସମେତ ସମସ୍ତ ଅଧ୍ୟାପିକା ଓ କର୍ମଚାରୀଗଣ ଶପଥପାଠ ଉତ୍ସବରେ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS