BREAKING
Loading...
:

ଦେଖିବାକୁ ମିଳୁନି ,ବିଲୁପ୍ତ ପ୍ରାୟ ବାଇ ଚଢ଼େଇ ,ଘର ଚଟିଆ ଓ ଶାଗୁଣା ପକ୍ଷୀ, ପରିବେଶବିତଙ୍କ ଉଦବେଗ

 ଦେଖିବାକୁ ମିଳୁନି ,ବିଲୁପ୍ତ ପ୍ରାୟ ବାଇ ଚଢ଼େଇ ,ଘର ଚଟିଆ ଓ ଶାଗୁଣା ପକ୍ଷୀ, ପରିବେଶବିତଙ୍କ ଉଦବେଗ 



ଖଣ୍ଡପଡ଼ା ୧୪|୮ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଏକଦା ଗ୍ରାମାଞ୍ଚଳ ପରିବେଶରେ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କୁ ଦେଖିବାକୁ ମିଳୁଥିଲା।ପକ୍ଷୀମାନଙ୍କ କୋଳାହଳରେ ଗ୍ରାମ୍ୟ ପରିବେଶ ଉତ୍ସବ ମୁଖର ହୋଇ ଉଠୁଥିଲା। ଖଣ୍ଡପଡ଼ା ବ୍ଳକ ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀ ତଟବର୍ତ୍ତୀ ଅଞ୍ଚଳ ସମେତ ବଣ ପାହାଡ ଓ ଘଞ୍ଚ ସଂରକ୍ଷିତ ଜଙ୍ଗଲ ପରିବେଷ୍ଟିତ  ପ୍ରାକୃତିକ ପରିବେଶ ମଧ୍ୟରେ ପକ୍ଷୀମାନେ ନିର୍ବିଘ୍ନରେ ବିଚରଣ କରୁଥିଲେ।ମାତ୍ର ଏବେ ସମୟ ବଦଳିଯାଇଛି। ପୂର୍ବ ପରି ଆଉ ପକ୍ଷୀ ମାନଙ୍କର କଳେରବ ଶୁଣିବାକୁ ମିଳୁନାହିଁ। ଗ୍ରାମାଞ୍ଚଳ ପରିବେଶରେ ପୂର୍ବ ପରି ଆଉ ମହାଦ୍ରୁମ ବୃକ୍ଷ ଗୁଡିକ ଦେଖିବାକୁ ମିଳୁନାହିଁ। ଦିନଥିଲା ବଡ ବଡ ବୃକ୍ଷ ଗୁଡିକ ପକ୍ଷୀମାନଙ୍କର  ବାସସ୍ଥଳୀ ଥିଲା।ଏବେ ସେହି ବୃକ୍ଷ ଗୁଡିକ ଆଉ ଦେଖିବାକୁ ମିଳୁନି।       ଗାଁ ମୁଣ୍ଡ ତାଳ ଗଛର ବାହୁଙ୍ଗାରେ ଏକଦା ବାଇ ଚଢେଇ ପକ୍ଷୀ ଗୁଡିକ ବସାବାନ୍ଧି ରହୁଥିବାର ମନୋରମ ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ। ବାଇ ଚଢେଇ ପକ୍ଷୀ ପରି ଘର ଚଟିଆ ଓ ଶାଗୁଣା ପକ୍ଷୀ ଗୁଡିକ ବିଲୁପ୍ତର ଦ୍ବାର ଦେଶରେ ପହଞ୍ଚିଥିବାରୁ ପରିବେଶବିତ ଓ ପକ୍ଷୀ ପ୍ରେମୀମାନେ ଉଦବେଗ ପ୍ରକାଶ କରିଛନ୍ତି।ଜଳବାୟୁ ପରିବର୍ତ୍ତନ ସହ ପ୍ରତିକୂଳ ପରିବେଶ ବିଭିନ୍ନ  ପ୍ରଜାତିର ପକ୍ଷୀ ବଂଶ ବିଲୋପର କାରଣ ବୋଲି ଖଣ୍ଡପଡ଼ା ଅଞ୍ଚଳର  ପରିବେଶବିତମାନେ ମତ ଦେଇଛନ୍ତି। ତେଣୁ ପରିବେଶର ସୁରକ୍ଷା ସହ ବିଲୁପ୍ତ ପ୍ରାୟ ବିଭିନ୍ନ ପ୍ରଜାତିର ପକ୍ଷୀ ବଂଶ ବୃଦ୍ଧି ଦିଗରେ  ପ୍ରଶାସନ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS