BREAKING
Loading...
:

ଲୋକସଭା ଅଧିବେଶନ ଚାଲିଥିବାରୁ ବନ୍ଦ ହେଲା ପଞ୍ଚାୟତ ସମିତି ବୈଠକ

 ଲୋକସଭା ଅଧିବେଶନ ଚାଲିଥିବାରୁ ବନ୍ଦ ହେଲା ପଞ୍ଚାୟତ ସମିତି ବୈଠକ



ଗଣିଆ (ମଣିଭଦ୍ରା ଖବର) ଗଣିଆ ପଞ୍ଚାୟତ ସମିତି ତରଫରୁ ବୁଧବାର ଦିବା ୧୧ ଘଟିକା ସମୟରେ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ହେବା ପାଇଁ ସ୍ଥିରୀକୃତ ହୋଇଥିଲା । ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୯୫୫ ତଥା ୫/୮/୨୫ ରିଖରେ ଚିଠି କରାଯାଇଥିଲା । ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ କଥା ଆଲୋଚନା କରାଯିବା ପାଇଁ କାର୍ଯ୍ୟସୂଚୀ ସ୍ଥିରିକୃତ ହୋଇଥିଲା । ପୂର୍ବ ବୈଠକର ବିବରଣୀ ପଠନ ଏବଂ ଦୃଢ଼ୀକରଣ,କୃଷି, ପାନୀୟ ଜଳ, ଶିକ୍ଷା ସହିତ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ଓ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ ଆୟୋଗ ୨୦୨୫-୨୬ ବର୍ଷର ବ୍ଳକ ପଞ୍ଚାୟତ ବିକାଶ ଯୋଜନାର ଅନୁମୋଦନ ହେବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା । ତେବେ ମଙ୍ଗଳବାର ଅଚାନକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ପତ୍ର ସଂଖ୍ୟା ୧୭୨୮ ଜରିଆରେ ଅଷ୍ଟମ ସାଧାରଣ ଅଧିବେଶନକୁ ସ୍ଥଗିତ ରଖାଗଲା ବୋଲି ଜଣାପଡିଛି । ଏ ନେଇ ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ, ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ ତଥା ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ଲୋକସଭା ଚାଲିଥିବା ବେଳେ ସମିତି ବୈଠକ ହୋଇପାରିବ ନାହିଁ ତେବେ କିଭଳି ଚିଠି କରାଯାଇଥିଲା । ଚିଠି ୫ ଅଗଷ୍ଟରେ ହୋଇଥିବା ବେଳେ ଚିଠି ପୂର୍ବରୁ ଲୋକସଭା ଅଧିବେଶନ ଆରମ୍ଭ ହୋଇଛି ।  ତେବେ ଏଭଳି ଦାୟିତ୍ବ ହୀନତା ପାଇଁ କିଏ ଦାୟୀ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ଅଲଗା ବ୍ଳକରେ ଦଶମ ସାଧାରଣ ଅଧିବେଶନ ଶେଷ ହୋଇଥିବା ବେଳେ ଗଣିଆରେ ମାତ୍ର ୭ଟି  ଅଧିବେଶନ ଶେଷ ହୋଇଛି । ଗଣିଆରେ ଶିକ୍ଷା, ସ୍ବାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସମିତି ବୈଠକ ଠିକରେ ନହେବା ବିଭାଗୀୟ ଅପାରଗତାକୁ ପଦାରେ ପକାଉଛି । ସମିତି ବୈଠକ ସରଗରମ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ବୈଠକ ବାତିଲ ହେବା ଘଟଣାର‌ ରହସ୍ୟ ଜଣାପଡ଼ିନାହିଁ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS