*ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠରେ ବିଶ୍ଵ ସଂସ୍କୃତ ଦିବସ ପାଳିତ*
ଗଣିଆ (ମଣିଭଦ୍ରା ଖବର) ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ , ରାସଂଗ ରେ ବିଶ୍ଵ ସସ୍କୁତ ଦିବସ ଅତି ଆଡ଼ମ୍ବରେ ପାଳିତ ହୋଇଯାଇଛି | ସଂସ୍କୃତ ପଣ୍ଡିତ ଅଜିତ କୁମାର ନାୟକ ସଂଯୋଜନାରେ ସଭା କାର୍ଯ ଆରମ୍ଭ ହୋଇଥିଲା | ସଂସ୍କୃତ ଓ ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି ସଭାର ସଭାପତି ଭାଗିରଥି ଜାନି ମତରଖିଥିଲେ। ବରିଷ୍ଠ ଶିକ୍ଷକ ଦଣ୍ତଧର ରାଉତଙ୍କ ସଂଗ୍ରାମୀ ଭାଷଣ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥିଲା। ସଂଘର୍ଶରତ ସଂସ୍କୃତ ଭାଷାର ସୁରକ୍ଷା ପାଇଁ ଭାଷା ଆନ୍ଦୋଳନରେ ଛାତ୍ରଛାତ୍ରୀମାନେ ସୈନିକ ହେବାକୁ ଶିକ୍ଷକ ଦୀପକ କୁମାର କୁଅଁର ପରାମର୍ଶ ଦେଇଥିଲେ। ଦଶମ ଶ୍ରେଣୀର ଛାତ୍ରୀ କୃଷ୍ଣା ମୁଦୁଲିଙ୍କ ସଂସ୍କୃତ ଭାଷାରେ ଭାଷଣ ସମସ୍ତଙ୍କ ମନକୁ ଛୁଇଁଥିଲା। ଛାତ୍ରଛାତ୍ରୀଙ୍କ ସଂସ୍କୃତ ଶ୍ଳୋକ ଉଚ୍ଚାରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ପ୍ରଶଂସା ଯୋଗ୍ୟ ହୋଇଥିଲା। ଶିକ୍ଷକ ବିଶ୍ବମ୍ବର ବେହେରା, ବିଶ୍ଵକର୍ମା କହଁର ଏବଂ ଶିକ୍ଷୟିତ୍ରୀ ଅନିତା ମହାପାତ୍ର, ଲୋପାମୁଦ୍ରା ବେହେରା ଓ ମୋନାଲିସା ରାଉତ କର୍ଯ୍ୟକର୍ମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜାନି ଧନ୍ୟବାଦ୍ ଅର୍ପଣ କରିଥିଲେ।
ମଣିଭଦ୍ରା ଖବର, ଗଣିଆ


إرسال تعليق