BREAKING
Loading...
:

ବାଙ୍କୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ରକ୍ଷାବନ୍ଧନ ଉତ୍ସବ

 ବାଙ୍କୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ରକ୍ଷାବନ୍ଧନ ଉତ୍ସବ 



ବାଙ୍କୀ,୯ା୮(ମାନସ ରଞ୍ଜନ ସାହୁ): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମା’ଚର୍ଚ୍ଚିକା ପ୍ରାତଃ ଶାଖା ତରଫରୁ ସ୍ଥାନୀୟ କଚେରୀ ପଡିଆସ୍ଥିତ ମହୋତ୍ସବ ମଣ୍ଡପ ଠାରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରଭାତ କୁମାର ବସନ୍ତରା ଗୌରୀକ ଧ୍ୱଜ ଉତ୍ତୋଳନ କରିଥିଲେ । ଶାଖାର ମୁଖ୍ୟ ପ୍ରଶିକ୍ଷକ ଯୋଗଗୁରୁ ପ୍ରସନ୍ନ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଭାରତମାତା, ପୂଜ୍ୟ ଗୁରୁଜୀଙ୍କ ପଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ସମସ୍ତ ସ୍ୱୟଂସେବକ ପରସ୍ପର ହାତରେ ରାକ୍ଷୀ ବାନ୍ଧିଥିଲେ । ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ରାକ୍ଷୀ ପୂର୍ଣ୍ଣିମାର ମହତ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପନଗରପାଳ ସନ୍ତୋଷ କୁମାର ରଣା, କୁମର ସାହୁ ଓ ପ୍ରଭାତ କୁମାର ସାହୁ ଉପସ୍ଥିତ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ସଦସ୍ୟ ରମାକାନ୍ତ ଭଞ୍ଜ ରାକ୍ଷୀ ପୂର୍ଣ୍ଣିମାର ଅନୁଚିନ୍ତା ଓ ବିଶ୍ୱ ଭାତୃତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ପ୍ରଫୁଲ୍ଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 



Post a Comment

أحدث أقدم
Header ADS