BREAKING
Loading...
:

ଖଣ୍ଡପଡ଼ାରେ ସର୍ବଭାରତୀୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନେଇ ସାମ୍ବାଦିକ ସମ୍ମିଳନୀ

 ଖଣ୍ଡପଡ଼ାରେ ସର୍ବଭାରତୀୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନେଇ ସାମ୍ବାଦିକ ସମ୍ମିଳନୀ 



ଖଣ୍ଡପଡ଼ା ୧୬|୮ (ନି.ପ୍ର) ଖଣ୍ଡପଡ଼ା ମଧୁବନ ମିନି ଷ୍ଟାଡିୟମ ପରିସରରେ ସର୍ବଭାରତୀୟସ୍ତରୀୟ ଖଣ୍ଡପଡ଼ା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପୂର୍ତ୍ତବିଭାଗ ବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ସମ୍ମିଳନୀରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନ,ଆଇନଜୀବୀ ହରିଶ୍ଚନ୍ଦ୍ର ପ୍ରଧାନ,କାଉନସିଲର ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି  କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଂର୍ପକରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ତେବେ ଖଣ୍ଡପଡ଼ାରେ ପ୍ରଥମ କରି ଆୟୋଜିତ ହେବାକୁ ଯାଉଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ସଫଳତା ନେଇ ଆୟୋଜକମାନେ ବେଶ ଉତ୍ସାହିତ ଥିବା ଜଣାପଡିଛି।ସାମ୍ବାଦିକ ସମ୍ମିଳନୀରେ ଯୁବ କ୍ରିକେଟର କଳ୍ପତରୁ ପଟ୍ଟନାୟକ ଓ ଚିନ୍ମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ସଂର୍ପକରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS