ଖଣ୍ଡପଡ଼ାକୁ ସବଡ଼ିଭିଜନ ମାନ୍ୟତା ପ୍ରଦାନ କେବେ ?
ଖଣ୍ଡପଡ଼ା ୨୮|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ନୟାଗଡ ଜିଲ୍ଲାର ନୟାଗଡକୁ ବାଦ ଦେଲେ ୧୯୮୯ ମସିହାରେ ଖଣ୍ଡପଡ଼ା ସହରକୁ ରାଜ୍ଯ ସରକାରଙ୍କ ନଗର ଉନ୍ନୟନ ବିଭାଗ ପ୍ରଥମ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ଯତା ପ୍ରଦାନ କରିଥିଲା।ଇତି ମଧ୍ଯରେ ୩୬ ବର୍ଷ ବିତିଯାଇଥିଲେ ହେଁ ଖଣ୍ଡପଡ଼ାକୁ ରାଜ୍ଯ ସରକାର ସବ-ଡିଭିଜନର ମାନ୍ଯତା ପ୍ରଦାନ କରିବା ତ ଦୁରର କଥା ଏ ଅଞ୍ଚଳର ସାମଗ୍ରିକ ବିକାଶ ପ୍ରତି ସେତେଟା ଧ୍ୟାନ ଦେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୨୨ ଗୋଟି ପଞ୍ଚାୟତକୁ ନେଇ ଖଣ୍ଡପଡ଼ା ବ୍ଲକ ଓ ୧୩ ଗୋଟି ଓ୍ବାର୍ଡକୁ ନେଇ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହୋଇଛି।ଖଣ୍ଡପଡ଼ା ସହରରେ ବ୍ଲକ, ତହସିଲ, ଅଦାଲତ, ଥାନା କାର୍ଯ୍ଯାଳୟ ସମେତ ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗର ଉପଖଣ୍ଡ କାର୍ଯ୍ଯାଳୟ ଓ ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ କାର୍ଯ୍ଯାଳୟ ରହିଛି।ସେହିପରି ୨ଟି ଜାତୀୟକରଣ ବ୍ୟାଙ୍କ ଶାଖା ,ଗୋଟିଏ ସମବାୟ ବ୍ୟାଙ୍କ ଶାଖା ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଭୃତି ରହିଛି।ବିଶ୍ବ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାର ଏକ ସ୍ଵତନ୍ତ୍ର ପରିଚୟ ଦେଶ ବିଦେଶରେ ରହିଛି। ସବଡ଼ିଭିଜର ମାନ୍ୟତା ଲାଗି ସମସ୍ତ ଭିତିଭୂମି ସୁଦୃଢ ଥିବା ସତ୍ବେ ମଧ୍ୟ ରାଜ୍ଯ ସରକାର ଖଣ୍ଡପଡ଼ାକୁ ଏ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରି ଆସୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦିର୍ଘ ବର୍ଷ ଧରି ଖଣ୍ଡପଡ଼ାବାସୀ ଏ ନେଇ ଦାବି କରି ଆସୁଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିବା ଲୋକପ୍ରତିନିଧି ବିଧାନସଭାରେ ପାଟି ନ ଫିଟାଇବା ଆଶ୍ଚର୍ଯ୍ୟର ବିଷୟ। ଅପରପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ନ ପାଇବାକୁ ନେଇ ବୁଦ୍ଧିଜିବୀ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଛି। ଏଥିପ୍ରତି ରାଜ୍ଯ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق