BREAKING
Loading...
:

ବିଜେଡି ଦଳ ଛିଡି ଛିଡି ଯାଉଥିବା ବେଳେ ଦଳ ଡିଆଁ ନେତା ଜୟରାମ ଦାସ ଙ୍କ ଗତି କୁଆଡେ?

 ବିଜେଡି ଦଳ ଛିଡି ଛିଡି ଯାଉଥିବା ବେଳେ ଦଳ ଡିଆଁ ନେତା ଜୟରାମ ଦାସ ଙ୍କ ଗତି କୁଆଡେ?




ବାଲେଶ୍ୱର ଜିଲ୍ଲା ର ସୋର ନିର୍ବାଚନ ମଣ୍ଡଳୀଏକ ସ୍ପର୍ଶକାତର ନିର୍ବାଚନ ମଣ୍ଡଳୀ ରୂପେ ପରିଗଣିତ. ଏହି ନିର୍ବାଚନ ମଣ୍ଡଳୀ ସ୍ବର୍ଗତ ନନ୍ଦକିଶୋର ଦାସ ହରପ୍ରାସାଦ ମହାପାତ୍ର ଯାଦୁନାଥଦାସ ମହାପାତ୍ର କାର୍ତ୍ତିକ ମହାପତ୍ର ଙ୍କ ଭଳି ସୁଯୋଗ୍ୟ ସନ୍ତାନ ମାନେ ଓଡ଼ିଆ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ପାଇ ନିଜ ନିଜର କର୍ତଵ୍ୟ କରିଯାଇଛନ୍ତି ଏବଂ ଏହି ନିର୍ବାଚନ ମଣ୍ଡଳୀ ଓଡିଶା ରେ ଏକ ବିଶେଷ ସ୍ଥାନ ଅଧିକାର କରିଛି. କିନ୍ତୁ ସେଦିନର ରାଜନୀତି ଆଉ ନାହିଁ ଏଠି ବର୍ତମାନ ଘଡିକେ ଘୋଡା ଛୁଟୁଛି. କ୍ଷମତା ପାଇଁ ନେତା ମାନେ ଏ ଦଳରୁ ସେ ଦଳକୁ ଡିଆଁ ମାରିବାରେ ବ୍ୟସ୍ତ ସେଥିମଧ୍ୟରୁ ଜୟରାମ ଦାସ ଅନ୍ୟତମ. ନିଜର ପତିଆରା ବୃଦ୍ଧି କରିବା ପାଇଁ ଦଳରୁ ଦଳ ମାଙ୍କଡ଼ ଭଳି ଡେଇଁବାରେ ଲାଗିଛନ୍ତି. ପୂର୍ବରୁ ଶ୍ରୀ ଦାସ କଂଗ୍ରେସ ଦଳରେ ଥାଇ ସ୍ବର୍ଗତ କାର୍ତ୍ତିକ ମହାପାତ୍ର ଙ୍କ ସମୟରେ ସବୁ କ୍ଷମତା ଉପଭୋଗ କରି ଏବଂ ପରବର୍ତୀ କାଳରେ କ୍ଷମତା ରୁ ଶ୍ରୀ ମହାପାତ୍ର ଦୁରେଇ ଗଲାପରେ ପୁଣି କ୍ଷମତା ପାଇଁ ପୂର୍ବତନ ବିଧାୟକ ଶ୍ରୀ ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ କୋଳରେ ବସି ସବୁ କ୍ଷମତାର ଅଧିକାରୀ ହୋଇଥିଲେ ପରେ ଶ୍ରୀ ପ୍ରମାଣିକ କ୍ଷମତା ରୁ ଦୁରେଇ ଗଲାପରେ ଶ୍ରୀ ଦାସ କଂଗ୍ରେସ ଛାଡି ବିଜେଡି ର ବିଧାୟକ ଶ୍ରୀ ପର୍ଶୁରାମ ଧଡ଼ା ଙ୍କ ନେତୃତ୍ୱ ରେ ବିଜେଡି ରେ ଯୋଗଦେଇଥିଲେ. ଯେଉଁ ଧଡ଼ା ତାଙ୍କୁ ବିଜେଡି କୁ ଆଣି ରାଜ୍ୟ ନେତୃତ୍ୱ ଙ୍କ ସାଙ୍ଗରେ ପରିଚୟ କରାଇ ରାଜ୍ୟରେ ନେତୃତ୍ୱ ନେବାରେ ଶ୍ରୀ ଦାସ ଙ୍କୁ ଅଗ୍ରାଧିକାର ଦେଇଥିଲେ ଏବଂ ଶ୍ରୀ ଦାସ ଙ୍କୁ ସମିତିସଭ୍ୟ ଭାବେ ଅନନ୍ତପୁର ପଂଚାୟତ ରୁଏବଂ ଜିଲ୍ଲା ପରିଷଦ ସଭ୍ୟ ଭାବେ 45ନମ୍ବର ଜୋନ ରୁ ଶ୍ରୀ ଧଡ଼ା ଙ୍କ ଯୋଗୁ ନିର୍ବାଚିତ କରିବାରେ ଶ୍ରୀ ଧଡ଼ା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୁଦ୍ଧା କିନ୍ତୁ ଶ୍ରୀ ଦାସ ଧଡ଼ା ଙ୍କ ପାଇଁ ବେଇମାନି କରି ଭସ୍ମାସୁର ସାଜିଥିଲେ. କିଛି ଦିନର ବ୍ୟବଧାନ ପରେ ଶ୍ରୀ ଦାସ ଧଡ଼ା ଙ୍କ ବିରୁଦ୍ଧରେ ବିଷୋଦ୍ଗାର କରିବା ଆରମ୍ଭ କରିଦେଇଥିଲେ ଏବଂ ପରବର୍ତୀ ସମୟରେ ଶ୍ରୀ ଦାସ ବିଶ୍ୱାସଘାତତାର ସୀମା ଟପିଯାଇ ପୂର୍ବତନ ବିଧାୟକ ଶ୍ରୀ ଧଡ଼ା ଙ୍କୁ ଗତ ନିର୍ବାଚନ ସମୟରେ ତାଙ୍କ ଟିକେଟ କୁ ପ୍ରବଳ ବିରୋଧ କରିଥିଲେ. ଶ୍ରୀ ଦାସ ଙ୍କର ଏହି କୃତଘ୍ନ ପଣିଆ ଶ୍ରୀ ଧଡ଼ା ଙ୍କୁ ବେଶୀ ବ୍ୟଥିତ କରିଥିଲା. ବର୍ତମାନ ଓଡିଶା ରେ ବିଜେଡି ଦଳ ଛିଡି ଛିଡି ଯାଉଥିବା ବେଳେ ସୋର ବାସୀଙ୍କ ମନରେ ପ୍ରଶ୍ନ ଏଥର ଶ୍ରୀ ଦାସ ମାଙ୍କଡ଼ ଭଳି କେଉଁ ଦଳକୁ ଡିଆଁ ମାରିବେ. କ୍ଷମତା ପାଇଁ ଅନ୍ଧ ଶ୍ରୀ ଦାସ ବିଜେଡି ଛାଡି ପୁଣି ଅନ୍ୟ ଦଳକୁ ଡିଆଁ ମାରିବେ ବୋଲି ସୋର ରେ ଚର୍ଚ୍ଚା ଜୋର ଧରିଛି. ଏଣୁ ପ୍ରଶ୍ନ ଉଠେ ଦଳ ଡିଆଁ ନେତା ଜୟରାମ ଦାସ ଙ୍କ ଗତି ଆଗାମୀ ଦିନରେ କୁଆଡେ?

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS