BREAKING
Loading...
:

ଜାତୀୟସ୍ତରୀୟ ଟିମର ସ୍ବାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ

 ଜାତୀୟସ୍ତରୀୟ ଟିମର ସ୍ବାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ      



ଖଣ୍ଡପଡ଼ା ୨୮|୮(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ାର ବ୍ଲକ ଅଧିନ ରାଣୀଛେଲି ପଞ୍ଚାୟତସ୍ଥିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପରିଦର୍ଶନ କରିଛି ଜାତୀୟସ୍ତରୀୟ ସ୍ବାସ୍ଥ୍ୟ ବିଭାଗ ଟିମ। ମିଳିଥିବା ସୂଚନାନୁଯାୟୀ ରାଣୀଛେଲି ସ୍ଥିତ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଡ଼ା ଝାନସୀ ଦୂର୍ଗାରାଣୀ ଏବଂ ଡ଼ା ଅନିତା ରାଣୀଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟସେବା ସଂର୍ପକରେ ଅନୁଧ୍ୟାନ କରିଥିଲେ। ଜନସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକମାନ ବୃଦ୍ଧି ସହ ରୋଗୀ ଅଧିକାର, କ୍ଲିନିକାଲ୍ ସେବା, ସଂକ୍ରମଣ ନିୟନ୍ତ୍ରଣ ଭଳି ମାନଦଣ୍ଡ ଆଧାରରେ ଟିମ ସ୍ୱାସ୍ଥ୍ୟ ଉପକେନ୍ଦ୍ର ବୁଲି ଦେଖିଥିଲେ। ଏଥିସହିତ ସ୍ୱାସ୍ଥ୍ୟସେବା ବାବଦରେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଏବଂ ଜନସାଧାରଣଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ। ତେବେ ଜାତୀୟସ୍ତରୀୟ ଟିମ ଏହି କେନ୍ଦ୍ରରେ ସମସ୍ତ ବିଷୟରେ ଆକଳନ କରି ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି। ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼ା ଅଭିସାର ପଣ୍ଡା, ବିପିଏମ ବିଶ୍ଵରଞ୍ଜନ ସୁବୁଦ୍ଧି, ସନତ ମହାପାତ୍ର, ପିଏଚଓ ରେଣୁବାଳା ମହାପାତ୍ର, ମମତା ସାମଲ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଦର୍ଶନରେ ଆସିଥିବା ଟିମକୁ ସକ୍ରୀୟ ସହଯୋଗ କରିଥିଲେ। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS