BREAKING
Loading...
:

ବୋଦସା ପଞ୍ଚାୟତ କାର୍ଯ୍ଯାଳୟ କୋଠା ନିର୍ମାଣରେ ଅନିୟମିତତା ଅଭିଯୋଗ,ତଦନ୍ତ ଦାବି

 ବୋଦସା ପଞ୍ଚାୟତ କାର୍ଯ୍ଯାଳୟ କୋଠା ନିର୍ମାଣରେ ଅନିୟମିତତା ଅଭିଯୋଗ,ତଦନ୍ତ ଦାବି



ଖଣ୍ଡପଡ଼ା ୧୦|୮ (ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଲକ ଅଧିନ ବୋଦସା ପଞ୍ଚାୟତ କାର୍ଯ୍ଯାଳୟ ପରିସରରେ ନୂତନ କୋଠା ନିର୍ମାଣ କାର୍ଯ୍ଯକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଖଣ୍ଡପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ୧୦ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ କୋଠା ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିବା ବେଳେ ଡିପାର୍ଟମେଣ୍ଟାଲ ଭାବେ ଏହି କାର୍ଯ୍ଯ କରାଯାଉଥିବା ଜଣାପଡିଛି।କୋଠା ନିର୍ମାଣ ନିମନ୍ତେ ପ୍ରସ୍ତାବିତ ସ୍ଥାନରେ ସିମେଣ୍ଟ କଂକ୍ରିଟ ଖମ୍ବ ନିର୍ମାଣ କାର୍ଯ୍ଯ ପ୍ରଥମେ ଆରମ୍ଭ ହୋଇଛି।ସେଣ୍ଟ୍ରିଂ ଫ୍ରେମ ବଦଳରେ ମାଟି ଇଟା ସିମେଣ୍ଟ କଂକ୍ରିଟ ଖମ୍ବ ଚତୁଃପାର୍ଶରେ ଥୋଇ ଯେଉଁ ଭଳି ଭାବେ କାର୍ଯ୍ଯ କରାଯାଉଛି ନିର୍ମାଣଧୀନ କୋଠାର ସ୍ଥାୟୀତ୍ୱ ନେଇ ପଞ୍ଚାୟତବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସିମେଣ୍ଟ କଂକ୍ରିଟ ଖମ୍ବ ନିର୍ମାଣ କରାଯାଉଥିବା ବେଳେ କାର୍ଯ୍ଯରେ ନିୟୋଜିତ ଠିକାଦାର ଭାଇବ୍ରେଟର ମେସିନ ବ୍ଯବହାର କରୁନଥିବା ଅଭିଯୋଗ ହେଉଛି ।ଫଳରେ ବର୍ଷାଦିନେ ନିର୍ମାଣଧୀନ ସିମେଣ୍ଟ କଂକ୍ରିଟ ଖମ୍ବ ଗୁଡିକ ଦୁର୍ବଳ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ପଞ୍ଚାୟତ କାର୍ଯ୍ଯାଳୟ ନୂତନ କୋଠା ନିର୍ମାଣରେ ହେଉଥ‌ିବା ଅନିୟମିତତା ପ୍ରତି ଖଣ୍ଡପଡ଼ା ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ବୋଦସା ପଞ୍ଚାୟତବାସୀ ଦାବି କରିଛନ୍ତି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS