ସରୀସୃପଙ୍କ ଆଶ୍ରୟସ୍ଥଳୀ ପାଲଟିଛି ମିଶନ ଶକ୍ତି ଗୃହ
ଖଣ୍ଡପଡ଼ା ୧୭|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରର ୫ ନଂ ଓ୍ବାର୍ଡ ଅଧିନ ନୀଳାଞ୍ଚଳ ସାହିରେ ଏନଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଥିଲା। ଆଜକୁ ବର୍ଷକ ତଳେ ନିର୍ମାଣ ହୋଇଥିବା ଏହି ଗୃହଟି ଆଜିସୁଦ୍ଧା କାର୍ଯ୍ଯକ୍ଷମ ନହୋଇ ଏବେ ତାଲା ଝୁଲୁଥିବା ବେଳେ ଗୃହର ସମ୍ମୁଖ ଭାଗ ସମେତ ଚତୁଃପାର୍ଶ ଅନାବନା ଗଛଲତାରେ ଭରି ହୋଇ ରହିଥିବା ନଜରକୁ ଆସୁଛି।ଫଳରେ ମିଶନ ଶକ୍ତି ଗୃହଟି ବିଷଧର ସରୀସୃପଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଥିବା ଜଣାପଡିଛି। ସୂଚନାଯୋଗ୍ଯ ଯେଉଁ ମହତ ଉଦ୍ଦେଶ୍ଯ ନେଇ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ମିଶନ ଶକ୍ତି ଗୃହଟି ନିର୍ମାଣ କରାଯାଇଥିଲା ତାହା କାର୍ଯ୍ଯରେ ନ ଲାଗିବାରୁ ସ୍ଥାନୀୟ ଓ୍ବାର୍ଡର ମହିଳାମାନଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ର ଓ ରାଜ୍ଯ ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ମହତ ଲକ୍ଷ୍ଯ ନେଇ ମିଶନ ଶକ୍ତି ଜରିଆରେ ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଥିଲେ ହେଁ ବାସ୍ତବରେ ତୃଣମୂଳସ୍ତରରେ ଯୋଜନା ଗୁଡିକର ସଫଳ ରୁପାୟନ ହୋଇ ପାରୁନଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ମିଶନ ଶକ୍ତି ଗୃହ ପ୍ରତି ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ଓ୍ବାର୍ଡବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା


إرسال تعليق