BREAKING
Loading...
:

ଅବହେଳିତ ଅବସ୍ଥାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି

 ଅବହେଳିତ ଅବସ୍ଥାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି 



ଖଣ୍ଡପଡ଼ା ୧୭|୮ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡ଼ା ଗ୍ରାମର ବଡ଼ସାହି ଗାନ୍ଧୀ ଛକରେ ଅବସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିଟି ଦିର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିରହିଛି। ପ୍ରତିବର୍ଷ ସ୍ବାଧୀନତା ଦିବସ,ସାଧାରଣତନ୍ତ୍ର ଦିବସ ଓ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଲୋକ ପ୍ରତିନିଧି ,ପ୍ରଶାସନିକ ଅଧିକାରୀ,ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସମେତ ମାନ୍ଯଗଣ୍ଯ ବ୍ଯକ୍ତିମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ଦାୟୀତ୍ବ ସମ୍ପନ୍ନ କରୁଥିଲେ ହେଁ ଅବହେଳିତ ଅବସ୍ଥାରେ ଥିବା ଏହି ପ୍ରତିମୂର୍ତ୍ତି ଓ ଗାନ୍ଧୀମଣ୍ଡପ ପ୍ରତି କେହି ଦୃଷ୍ଟି ନଦେବା ପରିତାପର ବିଷୟ ଅଟେ। ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଓ    ଗାନ୍ଧୀମଣ୍ଡପର ଉନ୍ନତିକରଣ ନିମନ୍ତେ କୁମ୍ଭାରପଡ଼ା ପଞ୍ଚାୟତ କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ  ଅଞ୍ଚଳବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS