BREAKING
Loading...
:

ଆମ ପୋଲିସ ସମିତି ବୈଠକ ବିଷମକଟକ ଥାନା ଠାରେ ଅନୁଷ୍ଠିତ ହୋଇଥିଲା l

 ଆମ ପୋଲିସ ସମିତି ବୈଠକ ବିଷମକଟକ ଥାନା ଠାରେ ଅନୁଷ୍ଠିତ ହୋଇଥିଲା  l



 ବିଷମକଟକ



ରାୟଗଡା ଜିଲ୍ଲା ବିଷମକଟକ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ବିଷମକଟକ ଥାନା କାର୍ଯ୍ୟାଳୟ ପରିସର ରେ  ଅନୁଷ୍ଠିତ ହୋଇଯାଇଛି l ବିଷମକଟକ ଥାନା ଅଧିକାରୀ ଶ୍ରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ  ବିଷମକଟକ ର ସମିତି ସଭ୍ୟ,ସରପଞ୍ଚ ଏବଂ ମାନ୍ୟ ଗଣ୍ୟ ଭଦ୍ରବ୍ୟକ୍ତି ଙ୍କ ସହ ବିଷମକଟକର ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ବିଷମକଟକ ସହର ରେ ପୋଲିସ ଓ  ଜନସାଧାରଣ ଙ୍କ ସହ କେମିତି ସୁ ସମ୍ପର୍କ ରଖିବା ସହ ପୋଲିସ କେମିତି ଜନସାଧାରଣ ଙ୍କ ସହ   ଗ୍ରାମ ରେ ବିଭିନ୍ନ ପ୍ରକାର ସମସ୍ୟା ତଥା ଗ୍ରାମରେ ସି ସି ଟିଭି କ୍ୟାମେରା ର ବ୍ୟବସ୍ତା ,ପୋଲିସ ପ୍ରଶାସନ ତରଫରୁ  ରାତ୍ରୀ ସମୟରେ ପେଟ୍ରୋଲିଙ୍ଗ ବ୍ୟବସ୍ତା, ବାଲ୍ୟବିବାହ, ଚୋରି, ଡକାୟତି କୁ କିଭଳି ଦୂର କରାଯାଇପାରିବ ଏବଂ ଲୋକେ କିଭଳି ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବେ ସେନେଇ ଲୋକଙ୍କୁ ବୁଝାଇଥିଲେ l ଏଥିସହ ସାଇବର ଠୋକେଇ ର ଶିକାର ନହେଵା, ଗାଡି ଲାଇସେନ୍ସ କରିବା, ହେଲିମେଣ୍ଟ ପିନ୍ଧି ଗାଡି ଚଳାଇବା, ନିଶାଦ୍ରବ୍ୟ ସେବନ କରି ଗାଡି ନ ଚଳାଇବା, ଘଡଘଡି ବର୍ଷା ସମୟରେ ବଜ୍ରପାତ ରୁ ରକ୍ଷା ପାଇବା ପାଇଁ ଗଛମୂଳରେ ନ ରହିବା ପାଇଁ ବୁଝାଇବା ସହ ପୋଲିସ କୁ ଭୟ ନ କରି ଅସୁବିଧା ସମୟରେ ପୋଲିସ ର ସହାୟତା ନେବାକୁ ପରାମର୍ଶ ଦେଇଥିଲେ l ଏହି ବୈଠକ ରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ର ପନ୍ଥା ଅଵଲମ୍ବନ ଉପରେ ଆଲୋଚନା କରିଥିଲେ  ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS