BREAKING
Loading...
:

ମୋହନା ମେଡିକାଲ ରେ ରକ୍ତ ଭଣ୍ଡାର ସ୍ଥାପନ ନିମନ୍ତେ ଦାବୀ ପତ୍ର

 ମୋହନା ମେଡିକାଲ ରେ ରକ୍ତ ଭଣ୍ଡାର ସ୍ଥାପନ ନିମନ୍ତେ ଦାବୀ ପତ୍ର ।                            


  ଗଜପତି:୨୩/0୭/୨୫(ମନୋଜ କୁମାର ପାଢୀ) ସଭାପତି ଶ୍ରୀ ହରି ଚନ୍ଦନ ବେହେରାଙ୍କ ନେତୃତ୍ବରେ ମୋହନା ବ୍ଲକର ପାଣ ଖ୍ରୀଷ୍ଟିୟାନ ଯୁବ ସମାଜ ତରଫରୁ ଗଜପତି ଜିଲ୍ଲାପାଳଙ୍କ ଜରୀଆରେ ମୋହନା ବ୍ଲକରେ ଏକ ରକ୍ତ ଭଣ୍ଡାର ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଦରଖାସ୍ତ ପ୍ରଦାନ କରାଯାଇଛି l ଉକ୍ତ ସମାଜର ସଭାପତି ଶ୍ରୀ ହରି ଚନ୍ଦନ କହିଛନ୍ତି ‘ ସେମାନେ ଆଜକୁ ପ୍ରାୟ 7 ମାସ ପୂର୍ବେ BDO ଙ୍କ ଜରିଆରେ ଗଜପତି ଜିଲ୍ଲାପାଳଙ୍କୁ ଦରଖାସ୍ତ କରିଥିଲେ l ବର୍ତ୍ତମାନ ସେହି ସମ୍ପର୍କରେ ଜିଲ୍ଲାପାଳ ଏକ କ୍ଷୁଦ୍ର blood center କରିବା ନିମନ୍ତେ ନିଷ୍ପତ୍ତି କରାଯାଇଛି ବୋଲି କରିବାହେତୁ, ତାହାର ବ୍ୟାପକ ଅର୍ଥାତ୍ blood bank ସ୍ଥାପନ ଦାବିକରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଦରଖାସ୍ତ ପ୍ରଦାନ କରିଛନ୍ତି l ଏହି ସମାଜ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ଓ ସମସ୍ତଙ୍କୁ ଏହି ପ୍ରଚେଷ୍ଟାରେ ସହଯୋଗ କରିବା ନିମନ୍ତେ ଆହ୍ଵାନ କରିଛନ୍ତି l ଉକ୍ତ କାର୍ଯ୍ୟରେ ଆଜି ଏହି ସମାଜର ସମ୍ପାଦକ, କୋଷାଧ୍ୟକ୍ଷ, ଉପଦେଷ୍ଟା ସହ ସମସ୍ତ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ସମାଜ ପ୍ରେମୀ ମାନେ ମଧ୍ୟ ଯୋଗ ଦେଇଥିଲେ l

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS