BREAKING
Loading...
:

ବଡ଼ଙ୍କୁ ମାଫ୍, ଛୋଟ ବ୍ୟବସାୟୀଙ୍କ ଉପରେ ଚାବୁକ ମାଡ କାହିଁକି ???

 ବଡ଼ଙ୍କୁ ମାଫ୍, ଛୋଟ ବ୍ୟବସାୟୀଙ୍କ ଉପରେ ଚାବୁକ ମାଡ କାହିଁକି ???



ବ୍ରହ୍ମପୁର, ୨୫/୦୩: ଆଜି ମହାନଗର ନିଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସାହି ଓ ଗଳିରେ ଅବସ୍ଥିତ ଛୋଟ ଦୋକାନଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି। ଗୁଟକା, ସିଗାରେଟ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରୟ ଅଭିଯୋଗରେ ଛୋଟ ବ୍ୟବସାୟୀଙ୍କ ଉପରେ ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉଛି।

          ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହି ଛୋଟ ଦୋକାନୀମାନେ ମାଦକ ଦ୍ରବ୍ୟ ତିଆରି କରୁନାହାନ୍ତି, ସେମାନେ କେବଳ ଜୀବିକା ନିମନ୍ତେ ବିକ୍ରୟ କରୁଛନ୍ତି। ଯେଉଁମାନେ ଏହାର ଉତ୍ପାଦନ ଓ ବିତରଣ କରୁଛନ୍ତି, ଉକ୍ତ ବଡ଼ ମାଛକୁ ଛାଡ଼ି ଛୋଟ ଜୀବିକାର୍ଥୀଙ୍କୁ ଉପରେ କୋରଡ଼ ମାଡ଼ କରିବା କେତେ ଦୂର ନ୍ୟାୟସଙ୍ଗତ?। 

          ବର୍ତ୍ତମାନ ଗ୍ୟାସ ଅଭାବ ଓ ଅନ୍ୟାନ୍ୟ ସମସ୍ୟାରେ ଛନ୍ଦି ହୋଇ ପଡ଼ିଥିବା ଛୋଟ ଚା ଦୋକାନ ଓ କ୍ଷୁଦ୍ର ବ୍ୟବସାୟୀ ସେମାନଙ୍କ ଜୀବନ ଜୀବିକା ହରାଇବା ଉପରେ। ଏପରି ପରିସ୍ଥିତିରେ ଯେମାନେ ଅତ୍ୟନ୍ତ କଷ୍ଟକର ଭାବେ ଛୋଟ ବ୍ୟବସାୟ କରି ପରିବାରକୁ ପୋଷଣ କରୁଛନ୍ତି, ସେମାନଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ସେମାନଙ୍କ ଜୀବିକାକୁ ଆଘାତ କରୁଛି।

          ଏହିପରି ପରିସ୍ଥିତିରେ ଏମାନଙ୍କ ଉପରେ ଦାଉ ସାଜିଲେ ସେମାନଙ୍କ ପରିବାର ଭୋକ ଉପବାସରେ ମରିବେ।  

            ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ, ଛୋଟ ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ପ୍ରତି ନୁହେଁ, ବରଂ ଏହାର ମୂଳ ଉତ୍ସ-ଉତ୍ପାଦକ ଓ ବଡ଼ ବିତରକଙ୍କ ଉପରେ କଡ଼ା ନଜର ରଖି ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। 

          ସମସ୍ତଙ୍କ ପାଇଁ ସମାନ ନୀତି ଓ ନ୍ୟାୟ ପ୍ରୟୋଗ ହେଲେ ଯାଇ ସମାଜରେ ସଠିକ୍ ସନ୍ଦେଶ ପହଞ୍ଚିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS