ଖଣ୍ଡପଡ଼ାରେ ସେବା ଉତ୍ସବ ଅନୁଷ୍ଠିତ
ଖଣ୍ଡପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ୯ ମ ବାର୍ଷିକ ସେବା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ଯକ୍ରମ ଜରିଆରେ ଖଣ୍ଡପଡ଼ା ନିକଟସ୍ଥ ଆଦିବାସୀପଡା ଗୋଳାପୋଖରୀ , ସାହାସପୁର ଗ୍ରାମ ସମେତ ଖଣ୍ଡପଡ଼ା ସହରର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟ ବ୍ଯକ୍ତିମାନଙ୍କୁ ବସ୍ତ୍ର,ଚପଲ ଓ ଖାଦ୍ୟ ସାମଗ୍ରୀ ଆଦି ବଣ୍ଟନ କରାଯାଇଥିଲା । ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତିର କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଚୌଧୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ସମିତିର ସଦସ୍ୟ ସୌମ୍ୟା ସ୍ଵୟଂପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ସତ୍ୟ ନାରାୟଣ,ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଅବିନାଶ ସାହୁ, ରାଜେଶ ବାରିକ, ପ୍ରଶାନ୍ତ କୁମାର, ଦେବାଶିଷ ରାଉତ,ସିଲୁ ବରାଡ,ଅନୁସୂୟା ପ୍ରଧାନ, ଅଭିଲିପସା , ଆଦିତ୍ୟ ପାଲ୍,କାଳନ୍ଦୀ ଚରଣ,ଶୁଭସ୍ମିତା ମିଶ୍ର, ଓମ୍ , ସତ୍ୟ ପ୍ରକାଶ, ଶିକନ କୁମାର ଜେନା ପ୍ରମୁଖ ସାମିଲ୍ ହୋଇଥିଲେ। ଦାରିଦ୍ର୍ଯର ସୀମାରେଖା ତଳେ ବାସ କରୁଥିବା ୧୫୦ ରୁ ଉର୍ଦ୍ଧ୍ବ ଅସହାୟଙ୍କୁ ସମସ୍ତ ସାମଗ୍ରୀ ବଣ୍ଟନ କରାଯାଇଥିଲା। ସେବା ଓ ଦାନର ଏକ ନିଆରା ପରମ୍ପରା ସମାଜରେ ସୃଷ୍ଟି ପାଇଁ ନୟାଗଡ ସେବା ସମିତି ଜରିଆରେ ଏଭଳି ଉଦ୍ୟମ ଜାରି ରହିଥିବା ନେଇ ଅନୁଷ୍ଠାନର ଅଧ୍ୟକ୍ଷ ଶିବରାମ ମହାପାତ୍ର ସୂଚନା ଦେଇଛନ୍ତି।ଆସନ୍ତା ଜୁଲାଇ ୩୦ ତାରିଖରେ ଏହି ସେବା କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment