BREAKING
Loading...
:

ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନ ପରିସରରେ ବୃକ୍ଷରୋପଣ

 ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନ ପରିସରରେ  ବୃକ୍ଷରୋପଣ



ବେଲଗୁଣ୍ଠା,-ବେଲଗୁଣ୍ଠା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାଭବନ ପରିସରରେ ସରସ୍ଵତୀ ଶିଶୁ ବିଦ୍ୟା ଭବନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ଶୂଳପାଣି ଶତପଥି ଯୋଗ ଦେଇ ବୃକ୍ଷ ଏବଂ ମଣିଷର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ I ଏଥିରେ ମୁଖ୍ୟ ବକ୍ତା ରୂପେ ରୂପେ ଝାଡ଼ଭୂମି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଧୀର କାନ୍ତ ସାମନ୍ତରାୟ ଯୋଗ ଦେଇ ଆଲୋକ ଶ୍ଲେଷଣ ପ୍ରକ୍ରିୟା, ଜଳ ଚକ୍ର ପ୍ରକ୍ରିୟା ଏବଂ ଏଥିରେ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ I ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ବୃକ୍ଷ ରୋପଣ ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ I ଅନ୍ୟତମ ଅତିଥି ରୂପେ ଉପସଭାପତି ପ୍ରଭାତ କୁମାର ସାହୁ, ସାମ୍ବାଦିକ ଶିବରାମ ଚୌଧୂରୀ, ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ତରଫରୁ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯିବା ସହ ସମସ୍ତଙ୍କୁ ଗୋଟିଏ ଗୋଟିଏ ଚାରା ଉପହାର ଦିଆଯାଇଥିଲା I ଏହି ଅବସରରେ ବିଦ୍ୟାଳୟରେ ବଉଳ, ଆମ୍ବ, ଅଶୋକ ସମେତ ବିଭିନ୍ନ ରକମର ଚାରା ରୋପଣ କରାଯାଇଥିଲା I ଦୁଇଜଣ ଲେଖାଏଁ ଛାତ୍ରଛାତ୍ରୀ ପ୍ରତ୍ୟେକ ବୃକ୍ଷର ଯତ୍ନ ନେବେ ବୋଲି ଶପଥପାଠ କରାଯାଇଥିଲା I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I  ଛାତ୍ରୀ ଶର୍ମିଷ୍ଠା ଏବଂ ଶ୍ରୀୟାରାଣୀ ଗୌଡ଼ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶିବରାମ ପ୍ରଧାନ ଅତିଥି ସ୍ୱାଗତ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ପ୍ରମୋଦ, ଭଗବାନ,ମନୋଜ, ପୂର୍ଣ୍ଣଚନ୍ଦ୍ର,ଗୁରୁମା ଅମ୍ବିକା, ଆଶା, ମାମାଜିନ୍,ସୁମିତ୍ରା, ଅଲିଭା ପ୍ରମୁଖ ସହଯୋଗ କରିଥିଲେ I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS