BREAKING
Loading...
:

ଅଭିଯୋଗ ସତ୍ତ୍ୱେ ଅଚଳ ନଳକୂପ ମରାମତି ପ୍ରତି ଦୃଷ୍ଟି ଦେଉନି ପ୍ରଶାସନ

 ଅଭିଯୋଗ ସତ୍ତ୍ୱେ ଅଚଳ ନଳକୂପ ମରାମତି ପ୍ରତି ଦୃଷ୍ଟି ଦେଉନି ପ୍ରଶାସନ 



ଖଣ୍ଡପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡା ବ୍ଲକ ଅଧିନ ରୟତି ଢୋଲମରା ଗ୍ରାମର ବଡ଼ସାହିସ୍ଥିତ ଭାଗବତ ଗୃହ ପଛ ପାର୍ଶ୍ବରେ ଅବସ୍ଥିତ ନଳକୁପଟି ଆଜକୁ ୮ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି ।ଉକ୍ତ  ନଳକୂପର ପାଣି ଉପରେ  ଗ୍ରାମର  ୭ ଓ ୮ ନମ୍ବର ୱାର୍ଡର ୫୦ ରୁ ଉର୍ଦ୍ଧ୍ବ ପରିବାରର ପ୍ରାୟ ୨୦୦ ରୁ ଅଧିକ ଲୋକ ନିର୍ଭର କରି ଚଳନ୍ତି । ମାତ୍ର ନଳକୂପଟି ଅଚଳ ଅବସ୍ଥାରେ ପଡି ରହି ଥିବାରୁ ପାନୀୟଜଳ ସଂଗ୍ରହ  ନିମନ୍ତେ ଗ୍ରାମର ମହିଳାମାନେ ସାମ୍ପ୍ରତିକ ପରିସ୍ଥିତିରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ    ହେଉଥିବା ଜଣାପଡିଛି । ଅତଳ ନଳକୂପଟିର ମରାମତି ନିମନ୍ତେ ଗ୍ରାମବାସୀ ଖଣ୍ଡପଡ଼ା ଗ୍ରାମ୍ଯ  ଜଳ ଯୋଗାଣ ଓ ପରିମଳ ବିଭାଗ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳଘର ଶୂନ ବୋଲି  ଜଣାପଡିଛି।ପ୍ରଶାସନର ଅବହେଳା ଯୋଗୁଁ ସ୍ଥାନୀୟ ବାସିନ୍ଦା ପାନୀୟଜଳ ମୁନ୍ଦାଏ ସଂଗ୍ରହ ନିମନ୍ତେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ  ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତିି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS