BREAKING
Loading...
:

ଜନ୍ମଭୂମି ବୈଦ୍ୟେଶ୍ୱରରେ ନୀଳମଣି ବିଦ୍ୟାରତ୍ନଙ୍କ ଶ୍ରାଦ୍ଧୋତ୍ସବ

 ଜନ୍ମଭୂମି ବୈଦ୍ୟେଶ୍ୱରରେ ନୀଳମଣି ବିଦ୍ୟାରତ୍ନଙ୍କ ଶ୍ରାଦ୍ଧୋତ୍ସବ



ବାଙ୍କୀ, 26/7(ମାନସ ରଞ୍ଜନ ସାହୁ ):ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ଆଦ୍ୟ ବିନ୍ଧାଣୀ, ବିଶିଷ୍ଟ ସାମ୍ବାଦିକ ତଥା ସମ୍ବଲପୁର ହିତୈଷିଣୀ ପ୍ରଜାବନ୍ଧୁ ଗଞ୍ଜାମ ଗୁଣ ଦର୍ପଣ ଉତ୍କଳ ଦୀପିକା ର ସୁନାମଧନ୍ଯ ସମ୍ପାଦକ ଭାଷା ଯୋଦ୍ଧା ସୁ ସାହିତ୍ୟିକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ 101 ତମ ଶ୍ରାଦ୍ଧୋତ୍ସବ ତାଙ୍କ ଜନ୍ମସ୍ଥାନ ବାଙ୍କୀ ବୈଦେଶ୍ୱର ଠାରେ ପାଳିତ ହୋଇଯାଇଛି। ବିଦ୍ୟାରତ୍ନ ବଜାର ଠାରେ ଥିବା ପଣ୍ଡିତ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଜନ୍ମ୍ ସ୍ଥାନ ଷଠି ଗୃହ ଠାରେ ଥିବା ପ୍ରତିମୂର୍ତ୍ତିରେ ମଧ୍ଯ ଅତିଥି ମାନେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାଙ୍କୀ ପୂଜ୍ଯ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ ମିଶ୍ର ଙ୍କ ଆବାହକତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବୈଦେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁରଞ୍ଜନ ପଣ୍ଡା ଯୋଗ ଦେଇ ବିଦ୍ୟାରତ୍ନ ଙ୍କୁ ଉତ୍କଲ ମାତାର ଯୋଗ୍ୟ ତମ ପୁତ୍ର ବୋଲି ଚିତ୍ରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ରବି ନାରାୟଣ ମଙ୍ଗରାଜ, ଶିକ୍ଷାବିତ୍ ସୁରେଶ୍ଵର ବେହେରା, ସମାଜସେବୀ ଜୟ କୃଷ୍ଣ ସାହୁ, ସିଆର୍ ସି ସି ଭରତ ଚନ୍ଦ୍ର ସାହୁ, ହୃଦାନନ୍ଦ ପ୍ରହରାଜ, ବିଦ୍ୟାରତ୍ନଙ୍କ ନାତି ଅରୁଣ କୁମାର ମିଶ୍ର, ନାତୁଣୀ ବୋହୂ ନଳିନୀ ପ୍ରଭା ମିଶ୍ର, ପୁତୁରା ବୋହୂ ଇନ୍ଦୁ ଲତା ମିଶ୍ର, ଶିକ୍ଷକ ପ୍ରେମାନନ୍ଦ ବେହେରା, ନରୋତ୍ତମ ଦାସ, ଅନାମ ଚରଣ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଦ୍ୟାରତ୍ନଙ୍କ ନିକଟରେ ସମଗ୍ର୍ ଓଡ଼ିଆ ଜାତି ଚିର ଋଣୀ ହୋଇ ରହିବ ବୋଲି ବକ୍ତବ୍ୟ ରଖିଥିଲେ। ଶିକ୍ଷକ ପ୍ରେମାନନ୍ଦ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS