BREAKING
Loading...
:

ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ: ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ ।

 ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ: ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ ।

 



ଗଜପତି, (ମନୋଜ ପାଢୀ): ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଯୋଗୁଁ ଗାଁ କୁ ଯାଇପାରିଲାନି ଆମ୍ବୁଲାନ୍ସ । ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖି ଚାଲି ଚାଲି ଯାଇ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର ରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ ।ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମହାକୂପl ଗାଁରେ। ଶନିବାର ମଧ୍ୟାହ୍ନ ରେ ଗାଁର ମଥୁରା ଶବର ଙ୍କ ପତ୍ନୀ ରଶ୍ମିତା ଶବରଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଓ ଆଶା କର୍ମୀ 108 ଆମ୍ବୁଲାନ୍ସ କୁ ଫୋନ କରିଥିଲେ। ତେବେ ବର୍ଷାରେ ରାସ୍ତା ଖରାପ ଥିବା ସହ କାଦୁଅ ପଚ ପଚ ହୋଇ ରହିଥିଲା । ଫଳରେ ଗାଁ ଠାରୁ ଦେଢ଼ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଯାଇଥିଲା । ବାଧ୍ୟ ହୋଇ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ,ଡ୍ରାଇଭର ସୁନୀଲ ମଣ୍ଡଳ ଓ ସହଯୋଗୀ ଜୟାବ ଦଳବେହେରା  ଚାଲି ଚାଲି ଯାଇଥିଲେ ମହାକୂପା ଗାଁକୁ । ପରିବାର ଲୋକଙ୍କ ସହାୟତାରେ ଷ୍ଟ୍ରେଚର ରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିଲୋମିଟର ବୋହି ଆଣିଥିଲେ । ସେଠାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ରଶ୍ମିତା । ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି। ଆମ୍ବୁଲାନ୍ସ କର୍ମଚାରୀ ମାନେ ମହାନତାର ପରିଚୟ ଦେଇ ଗର୍ଭବତୀ ରଶ୍ମିତା ଙ୍କୁ ବୋହି ଆଣିଥିବା ଯୋଗୁଁ କୃତଜ୍ଞତା ଜଣାଇଛନ୍ତି ଆଶା କର୍ମୀ ରିତା କାର୍ଜି । ତେବେ ଗାଁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିଛନ୍ତି ଗ୍ରାମବାସୀ । ହେଲେ କୌଣସି ସୁଫଳ ମିଳୁନଥିବା କହିଛନ୍ତି । ତେଣୁ ତୁରନ୍ତ ସ୍ଥାୟୀ ପ୍ରତିକାର ସହ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS