ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ପ୍ରମାଦ ଗଣୁଛନ୍ତି କଣ୍ଟାବଣିଆ ବାସିନ୍ଦା, ପ୍ରଶାସନର ଦୃଷ୍ଟି ପଡୁ
ଖଣ୍ଡପଡ଼ା ୨୬|୭l୨୦୨୫:- କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଗୁରୁତ୍ବ ଦେବା ସହ ଏଥିନିମନ୍ତେ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ରାସ୍ତା ନିର୍ମାଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଅର୍ଥ ଯୋଗାଇ ଦେଉଛନ୍ତି।ମାତ୍ର ଖଣ୍ଡପଡ଼ା ବ୍ଲକର ସିଂଘାପଡା ପଞ୍ଚାୟତ ଅଧୀନ କଣ୍ଟା ବଣିଆ ଗ୍ରାମକୁ ଦୀର୍ଘ ବର୍ଷ ଧରି ରାସ୍ତା ନିର୍ମାଣ ହୋଇ ନପାରିବା ଦୁଃଖର ବିଷୟ । ଏକ ମାଟି ରାସ୍ତା ଦେଇ ବର୍ଷ ତମାମ ଗ୍ରାମର ବାସିନ୍ଦା ଯାତାୟାତ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଓ ଲୋକ ପ୍ରତିନିଧିମାନଙ୍କର ଆନ୍ତରିକତା ଅଭାବ କଣ୍ଟା ବଣିଆ ଗ୍ରାମକୁ ରାସ୍ତା ନିର୍ମାଣରେ ବାଧକ ସାଜିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ମୁଖ୍ଯ ରାସ୍ତା ଠାରୁ କଣ୍ଟା ବଣିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାଟି ସାମାନ୍ୟ ବର୍ଷା ହେଲେ କାଦୁଅ ଓ ପଙ୍କରେ ପୋତି ହୋଇ ପଡୁଛି ।ଫଳରେ ବର୍ଷା ଦିନେ ଗ୍ରାମବାସୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି।କଣ୍ଟା ବଣିଆ ଗ୍ରାମକୁ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ବେ ମଧ୍ଯ କୌଣସି ସୁଫଳ ମିଳୁନଥିବାରୁ ଗ୍ରାମବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।ରାସ୍ତାର ଦୂରାବସ୍ଥାକୁ ନେଇ ଜରୁରୀକାଳୀନ ପରିସ୍ଥିତିରେ ଉକ୍ତ ଗ୍ରାମକୁ ୧୦୨,୧୦୮ ଆମ୍ବୁଲାନ୍ସ ଗାଡି ଓ ଅଗ୍ନିଶମ ଗାଡି ଯାତାୟାତ ରେ ସମସ୍ୟା ସୃଷ୍ଟି ହେଉଥିବା ଜଣାଯାଇଛି । ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ବଙ୍କା ବ୍ୟୟ କରୁଥିବା ବେଳେ ଦୀପ ଜଳ ଅନ୍ଧାର ପରି କଣ୍ଟା ବଣିଆ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆ ନ ଯିବା ପରିତାପର ବିଷୟ ।ରାସ୍ତାର ଦୂରବସ୍ଥା ପ୍ରତି ଖଣ୍ଡପଡା ବ୍ଲକ ପ୍ରଶାସନ, ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷ ଓ ନୟାଗଡ଼ ଡିଆର୍ ଡିଏ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଦାବି ହେଉଛି। ଖଣ୍ଡପଡ଼ା ବିଧାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment