BREAKING
Loading...
:

ବିଶ୍ୱଭୂଷଣ ହରିଚନ୍ଦନ ପାଇବେ ‘ଉତ୍କଳରତ୍ନ’ ସମ୍ମାନ: ଜୁଲାଇ ୨୬ ଓ ୨୭ରେ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ*

 *ବିଶ୍ୱଭୂଷଣ ହରିଚନ୍ଦନ ପାଇବେ ‘ଉତ୍କଳରତ୍ନ’ ସମ୍ମାନ: ଜୁଲାଇ ୨୬ ଓ ୨୭ରେ ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ*




ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ, ସାରସ୍ବତ ସାଧକ ବିଶ୍ୱଭୂଷଣ ହରିଚନ୍ଦନ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି। ୨୭ତାରିଖ ସଂଧ୍ୟାରେ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ଉତ୍ସବରେ ଶ୍ରୀ ହରିଚନ୍ଦନଙ୍କୁ ଏହି ସମ୍ମାନ....



ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ, ସାରସ୍ବତ ସାଧକ ବିଶ୍ୱଭୂଷଣ ହରିଚନ୍ଦନ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି। ୨୭ତାରିଖ ସଂଧ୍ୟାରେ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ଉତ୍ସବରେ ଶ୍ରୀ ହରିଚନ୍ଦନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ରବିବାର ସଂଧ୍ୟାରେ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ସ୍ଥିର ହୋଇଛି। ଜୁଲାଇ ୨୬ ତାରିଖ ସଂଧ୍ୟାରେ ବାର୍ଷିକ ଉତ୍ସବ ଉଦ୍‌ଘାଟନ ହେବ। ୨୭ତାରିଖ ସଂଧ୍ୟାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ରଶ୍ମି ରାଉଳଙ୍କୁ ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ରଜନୀକାନ୍ତ ମହାନ୍ତିଙ୍କୁ ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ପୁରୁଷୋତ୍ତମ ମିଶ୍ରଙ୍କୁ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଡ. ଦୀପ୍ତି ପଟ୍ଟନାୟକଙ୍କୁ ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ମମତା ଦାଶଙ୍କୁ ଗଙ୍ଗାଧର ମେହେର କବିତା ସମ୍ମାନ, ଡ. କୈଳାସ ଚନ୍ଦ୍ର ଦାଶଙ୍କୁ ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସମ୍ମାନ, ସରଳା ପତ୍ରୀଙ୍କୁ ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ, ହିମାଂଶୁ ଶେଖର ଖଟୁଆଙ୍କୁ ବୈଷ୍ଣବ ପାଣି କଳା ସମ୍ମାନ, ବିଜୟ କୁମାର ପ୍ରଧାନଙ୍କୁ ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ପଞ୍ଚାନନ କାନୁନ୍‌ଗୋଙ୍କୁ ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ, କୃଷ୍ଣଚନ୍ଦ୍ର ମିଶ୍ରଙ୍କୁ ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ଡ. କବିତା ବାରିକ୍‌ଙ୍କୁ ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ, ରମାକାନ୍ତ ସିଂହଙ୍କୁ ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ, ମୁରଲୀଧର ସାମଲଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ, ସୁବାସ ପାତ୍ର(ବାଇଡଙ୍କ ବାବା)ଙ୍କୁ ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, ଡ. ସତ୍ୟ ପଟ୍ଟନାୟକଙ୍କୁ ନବରୂପା ରାଜ ଗୀତିକବିତା ସମ୍ମାନ, ଚନ୍ଦ୍ରଶେଖର ଦାଶଙ୍କୁ ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ, ଚିତ୍ତରଂଜନ ପାଣିଙ୍କୁ କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ, ଗୀତା ଦାସଙ୍କୁ ଭିକାରି ବଳ କଣ୍ଠଶିଳ୍ପୀ ସମ୍ମାନ, ନିତ୍ୟାନନ୍ଦ ସାହୁଙ୍କୁ ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କୁ ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ, ହଳଧର ଧୀରଙ୍କୁ ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠନ ସମ୍ମାନ ପ୍ରଦାନ କରାଯିବ। ସେହିପରି ଶକ୍ତି ମହାନ୍ତିଙ୍କୁ କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ, ବିନୋଦ ବିହାରୀ ବିଶୋଇଙ୍କୁ ଦେବବ୍ରତ କର ପ୍ରକାଶକ ସମ୍ମାନ, ଡ. ସନ୍ତୋଷ କୁମାର ରଥଙ୍କୁ ନିରଞ୍ଜନ ଦାସ ଭାଷା ସମ୍ମାନ, କୃପାସିନ୍ଧୁ ବିଶ୍ୱାଳଙ୍କୁ ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ, ପ୍ରଭାତ ରାଉତରାୟଙ୍କୁ ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ। ଉତ୍ସବରେ ଯୋଗଦେବାକୁ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ଓ ସଂଗଠନ ସଂପାଦକ ଡ. ସୁନାମଣି ରାଉତ ଅନୁରୋଧ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS