ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ସାମ୍ବାଦିକ ସମ୍ବିଳନୀ
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରସ୍ଥ ସିଭିଲ କୋର୍ଟ ନିରଟସ୍ଥ ସଭାଗୁହରେ ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଁଯାଇଛି l ଏଥିରେ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀ ସଭାପତି ତଥା ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି ମୁଖ୍ଯତଃ ଯୋଗ ଦେଇ କହିଥିଲେ ଏବେ ରାଇରଙ୍ଗପୁର ସହରରେ ପୁଲିସ ଜିଲ୍ଲା ଘୋଷିତ ହୋଇଛି l ଏଥିନିମନ୍ତେ ସର୍ବଦଳୀୟ ତଥା ରାଇରଙ୍ଗପୁର ସହରସ୍ଥ ମାନ୍ଯଗଣ୍ଯ ବ୍ଯକ୍ତିମାନେ ସାଧୁବାଦ ଜଣାଇଛନ୍ତି l ବିଗତ ଦିନରେ ରାଇରଙ୍ଗପୁର ଜିଲ୍ଲା ଗଠନ ନିମନ୍ତେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି l ମୟୂରଭଞ୍ଜ ଜିଲ୍ଲାରେ ୨୬ଟି ବ୍ଲକ ମଧ୍ଯରୁ ରାଇରଙ୍ଗପୁର ର ସ୍ବତନ୍ତ୍ର ଭୂମିକା ରହିଛି l ଏଠାରୁ କୌଣସି କାମରେ ଜିଲ୍ଲା ମୂଖ୍ଯାଳୟ ବାରିପଦାକୁ ଯିବାକୁ ପଡୁଛି l ଏଠିକାର ଲୋକେ ଅଫିସ ଅବା କାର୍ଯ୍ଯାଳୟ କାର୍ଯ୍ଯରେ ରାଇରଙ୍ଗପୁର ଠାରୁ ବାରିପଦା ଯିବାକୁ ପଡୁଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆବଶ୍ଯକ ଭିତ୍ତିଭୂମି ଏଠାରେ ରାଇରଙ୍ଗପୁର ରେ ଥିବାରୁ ଜିଲ୍ଲା ଗଠନ ନିମନ୍ତେ ଜୋର ଦେଇଥିଲେ l ବିଗତ ଦିନରେ ହାଇକୋର୍ଟ ଙ୍କ ବିନା ଆଦେଶରେ ଜିଲ୍ଲା ଗଠନ ହୋଇପାରିନାହିଁ, ତେଣୁ ଏହା ସ୍ଥଗିତ ହୋଇନାହିଁ l ବରଂ ଜିଲ୍ଲା ଗଠନ ପାଇଁ ଚୂଡାନ୍ତ ପ୍ରକ୍ରିୟା ଚାଲୁରହିଛି l ପୁଣି ଆଇନବ୍ଯବସ୍ଥା ର ସେକସନ ୭ ରେ ଯାହା ଲିଖିତ ରହିଛି, ଏଥିପାଇଁ କାର୍ଯ୍ଯଧାରା ନିତାନ୍ତ ସ୍ବୀକାରଯୋଗ୍ଯ l ଏଣୁ ରାଇରଙ୍ଗପୁର ଜିଲ୍ଲା ନିହାତି ଗଠନ ହେବ l ଏଥିପାଇଁ କରଂଜିଆ ଉପଖଣ୍ଡ ର ଆବଶ୍ଯକତା ନାହିଁ l ଉକ୍ତ ବୈଠକରେ ରାଇରଙ୍ଗପୁରର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ ସହିତ ବୈଦୁତ୍ଯିକ, ଛାପାକଳ ଓ ସାମାଜିକ ଗଣମାଧମର ପ୍ରତିନିଧି ଗଣ ଯୋଗ ଦେଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment