ସମ୍ବଲପୁରରେ ମୁକ୍ତିଲାଭ କଲା ସାତ ଗଳ୍ପର ଚଳଚିତ୍ର 'ଇନ୍ଦ୍ରଧନୁ'
ସମ୍ବଲପୁର (ମଣିଭଦ୍ରା ଖବର)
ସମ୍ବଲପୁର ଫେନେକ୍ସ ସିଟି ସେଣ୍ଟର ମଲରେ ମୁକ୍ତିଲାଭ କରିଛି ଓଡ଼ିଆ ଓ ଓଡିଶା ମାଟିର ଭିନ୍ନ ସ୍ୱାଦର ସାତଟି ଗଳ୍ପକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଇନ୍ଦ୍ରଧନୁ। ଗତ ଜୁଲାଇ ୧୮ ତାରିଖରେ ଏହି ସୁନ୍ଦର ଓଡ଼ିଆ ମୁଭି ପରଦାକୁ ଆସିଥିଲା। ସିନେମାରେ ସାତଟି ରଙ୍ଗକୁ ନେଇ ସାତଟି ଛୋଟ ଛୋଟ ଗଳ୍ପ ରହିଛି। ଇନ୍ଦ୍ରଧନୁ ସିନେମାରେ ଓଡ଼ିଶା ମାଟିର ବାସ୍ନା, ସଂସ୍କୃତିର ଝଲକ ପାଇବେ। ନିଚ୍ଛକ ଓଡ଼ିଆ କାହାଣୀରେ ଏଇ ସିନେମା ଦର୍ଶକଙ୍କ ପାଇଁ ଏକ ନୁଆଁ ଅନୁଭୂତି ଆଣିବ, କିଛି ସନ୍ଦେହ ନାହିଁଁ। ସିନେମାର ନିର୍ଦ୍ଦେଶକ ଅର୍ଜୁନ ସାମନ୍ତରାୟ ଥିବାବେଳେ ସୂର୍ଯ୍ୟସ୍ନାତ ତ୍ରିପାଠୀ କାହାଣୀ ଲେଖିଛନ୍ତି। ସାତଟି ଯାକ କାହାଣୀରେ ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ଖୁବ ଚିତ୍ତାକର୍ଷକ ହୋଇଛି। ସାତ କାହାଣୀ ମଧ୍ୟରୁ ହଳଦୀ ଦର୍ଶକଙ୍କ ଠାରେ ବେଶ ଆଦୃତ ହୋଇଛି। ହଳଦୀ କାହାଣୀଟି ବେଶ୍ ମନଛୁଆଁ କାହାଣୀ ଓ ଏହା ବାଘ ନାଚ ଉପରେ ଆଧାରିତ। ଆଜିକାଲିର ଓଡିଆ ସିନେମା ଠାରୁ ଇନ୍ଦ୍ରଧନୁ ଖୁବ ନିଆରା। ଚଳଚ୍ଚିତ୍ରରେ ଅଭିଜ୍ଞ କଳାକାରମାନେ ଅତି ସୁନ୍ଦର ଅଭିନୟ କରିଛନ୍ତି। ବିଭିନ୍ନ କଳାକାରଙ୍କ ମଧ୍ୟରେ ପରମାଣପୁର ନିକଟସ୍ଥ ବାରଡୁଙ୍ଗରିର ରୁପଶ୍ରୀ ଦାଶ ଜଣେ ଅନ୍ୟତମ କଳାକାର। ସେ ଜଣେ ପିଏଚଡି ସ୍କୋଲାର। ସେହିପରି ଅନ୍ୟ ଜଣେ ସ୍କୋଲାର ପିଙ୍କୁ ପ୍ରଧାନ ମଧ୍ୟ ରହିଛନ୍ତି। ଉଭୟଙ୍କ ଅଭିନୟ ଦର୍ଶକ ମହଲରେ ବେଶ ପ୍ରଶଂସା ସାଉଁଣ୍ଟୁଛି। ନିର୍ଦ୍ଦେଶକ ଅଳ୍ପ ବୟସର ହେଲେବି ଗଭୀର ଚିନ୍ତା ଧାରାରେ କାହାଣୀ ଉପସ୍ଥାପନା କରାଇ ଦର୍ଶକଙ୍କ ଆଗରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତୋଳିଛନ୍ତି। ସର୍ବୋପରି ଇନ୍ଦ୍ରଧନୁ ସପ୍ତରଙ୍ଗରେ ବେଶ୍ ରଙ୍ଗାୟିତ ଓ ଓଡ଼ିଆ ସିନେମା ଜଗତରେ ନୁଆଁ ଇତିହାସର ବାଟ ଦେଖାଇଛି ଏହା ଚଳଚ୍ଚିତ୍ର ଦେଖିବା ପରେ ଯେ କେହି ନିଶ୍ଚୟ କହିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment