ଓଲଟିଲା ଯାତ୍ରୀବାହି ବସ, ୧୬ ଆହତ
ଦଶପଲ୍ଲା( ଶିବାନୀ ଦୀପାଞ୍ଜଳୀ) ବିଳମ୍ବିତ ରାତି ସମୟରେ ଦଶପଲ୍ଲା ଥାନା ନିକଟସ୍ଥ ସରିଗଣ୍ଡା ଗ୍ରାମ ନିକଟରେ ଟ୍ରକ କୁ ଓଭରଟେକ କରିବାକୁ ଯାଇ ବିଲ ଭିତରେ ପଶି ଓଲଟିପଡିଲା OD03F5188 ନମ୍ବର ମିଶ୍ର ନାମକ ଏକ ଘରୋଇ ଯାତ୍ରୀବାହି ବସ। ଯେଉଁଥିରେ ସମୁଦାୟ ୧୬ଜଣ ଯାତ୍ରୀ ଯାଉଥିବାବେଳେ ସେଥିମଧ୍ୟରୁ ୧୨ ଜଣ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଗୁରୁତର ଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ସୂଚନା ମିଳିଛି।ସ୍ଥାନୀୟ କିଛି ଲୋକଙ୍କ କହିବା ମୁତାବକ ବସ ଟି ଦଶପଲ୍ଲା ରୁ ବୌଦ୍ଧ ଅଭିମୁଖେ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ପରେ ଚାଳକ ଫେରାର୍ ହୋଇଯାଇଥିବାବେଳେ, ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।
ମଣିଭଦ୍ରା ଖବର, ଦଶପଲ୍ଲା


Post a Comment