ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀଙ୍କ ଅଚାନକ ଝରାଡିହି ଶିକ୍ଷାନୁଷ୍ଠାନ ପରିଦର୍ଶନ।
ଏକ୍ ପେଡ୍ ମା କେ ନାମ୍ ରେ ଏଡିଇଓ ଶ୍ରୀଯୁକ୍ତ ସିଂ ଗଛ ଲଗାଇଲେ
ରାଇରଙ୍ଗପୁର --, ମୟୁରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶଶିଧର ସିଂ ଓ ଜିଲ୍ଲା ସ୍ତରୀୟ ଶିକ୍ଷା ପରିଦର୍ଶନ କମିଟୀଙ୍କ ଅଚାନକ ବହଳଦା ବ୍ଲକର ବିଭିନ୍ନ ବିଦ୍ୟାଳୟ କୁ ପରିଦର୍ଶନ କରିଛନ୍ତି।
ଏହି ଗସ୍ତ ସମୟରେ ଝରାଡିହି ସରକାରୀ ପିଏମ୍ ଶ୍ରୀ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଝରାଡିହି କୁ ପରିଦର୍ଶନରେ ଯାଇ ଜିଲ୍ଲା ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୁରଭଞ୍ଜ, ବାରିପଦାର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପାଠ୍ୟ ସମ୍ବନ୍ଧିୟ ଆଲୋଚନା କରିଥିଲେ। ତତ୍ ସହିତ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ପିଏମ୍ ପୋଷଣ ମାଧ୍ୟାନ୍ନ ଭୋଜନ ଖାଦ୍ୟର ମାନ ପରଖି ଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ଲଡୁ ଉନ୍ନତ ମାନର ବୋଲି ପ୍ରଶଂସା କରିଥିଲେ। କିଛିଦିନ ତଳେ ବିଦ୍ୟାଳୟର ମାଧ୍ୟାନ୍ନ ଭୋଜନ ରୋଷେଇ ଗୃହ ଓ ହାୟାର ସେକେଣ୍ଡାରୀ ବିଦ୍ୟାଳୟର ପାଚେରୀ ଲଗାଣ ବର୍ଷାରେ ଭାଙ୍ଗିଥିବା ଘଟଣା ସମ୍ବନ୍ଧରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ଭଗ୍ନାବଶେଷ ରୋଷେଇ ଗୃହ ଓ ପାଚେରୀ ପରିଦର୍ଶନ କରିବା ସହିତ ନୂତନ ରୋଷେଇ ଗୃହ ଓ ପାଚେରୀର ନିର୍ମାଣ କାର୍ଯ୍ୟ ଯେପରି ତ୍ବରାନ୍ବିତ ହୋଇ ପାରିବ ସେନେଇ ବହଳଦା ବ୍ଲକର ବୈଶୟିକ ପରାମର୍ଶ ଦାତା ତାପସ କୁମାର ଦାସଙ୍କ ସହ ଆଲୋଚନା କରିଥିଲେ। ତତ୍ପରେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ "ଏକ୍ ପେଡ୍ ମାଆ କେ ନାମ୍ "ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶଶିଧର ସିଂ ଓ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଜିଲ୍ଲା ଦାୟିତ୍ବରେ ଥିବା ଶିକ୍ଷକ ପ୍ରଶିକ୍ଷକ ଅଭିମନ୍ୟୁ ବେହେରା, ଡାଏଟ୍ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଯୋଗେଶ୍ବର ଘୋଷ ମହାପାତ୍ର,ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ବୃହଷ୍ପତି ବେହେରା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଦେଓଲା ମାଝୀ, ସ୍କାଉଟ ଓ ଗାଇଡସ୍ ର ବରିଷ୍ଠ ଶିକ୍ଷୟିତ୍ରୀ ଧରିତ୍ରୀ ବେହେରା,ଶିକ୍ଷୟତ୍ରୀ ଦେବକୀ ଗୋପାଳ, ଶିକ୍ଷକ ରଘୁନାଥ ମାଝୀ, ଶିବାନୀ ଶଙ୍କର ଦାସ, ପ୍ରଶାନ୍ତ କୁମାର ମହାନ୍ତ, ସାଗିନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଜୁନୀୟର ରେଡକ୍ରସର କାଉନସିଲର ମିତା ହାଁସଦାଃ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق