ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ରେଡି ମହାଜନ ସଂଘମ ଜିଲ୍ଲା ପୁର୍ନଗଠନ
ଗଞ୍ଜାମ ରେଡି ମହାଜନ ସଂଘମ୍ ଅନ୍ତର୍ଗତ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ରେଡି ମହାଜନ ସଂଘମ ଜିଲ୍ଲା ପୁର୍ନଗଠନ କାର୍ଯ୍ୟକ୍ରମ ମନ୍ତ୍ରୀଡି ନିକଟସ୍ଥ ମାଁ ସିଦ୍ଧଭୈରବୀ ପିଠରେ ଶ୍ରୀ ସାଲାକ୍ରିଷ୍ଣା ରେଡି ନିର୍ବାଚନ ଅଧିକାରୀ ତଥା ସଭାପତିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଦୀପ ପ୍ରଜ୍ୱଳନ ଆରମ୍ଭ କରାଯାଇ ନୂତନ କାର୍ଯ୍ୟକାରି କମିଟି ଚୟନ କରାଯାଇଛି । ଏହି ନିର୍ବାଚନ ପ୍ରକ୍ରିୟାରେ ତିନି ଜିଲ୍ଲା, ତିନୋଟି ଜୋନ୍ ଛତ୍ରପୁର, ଆସ୍କା ଓ ଦିଗପହଣ୍ଡି ଏବଂ ଏହି ତିନୋଟି ଜୋନ୍ ଅନ୍ତର୍ଗତ ପନ୍ଦର ଗୋଟି ତାଲୁକାର ପଦାଧିକାରୀ ଉପସ୍ଥିତ ରହିଥିଲେ । ଏହି ନିର୍ବାଚନ ବୈଠକରେ ପୁର୍ବରୁ ଥିବା ତିନିଜିଲ୍ଲାର ସଭାପତି ଶ୍ରୀ ସି.ଏଚ୍. ଦିଲେଶ୍ୱର ରେଡି ପୂର୍ବ କମିଟିକୁ ଭଙ୍ଗ କରାଗଲା ବୋଲି ଘୋଷଣା କରିଥିଲେ ଏବଂ ନୂତନ ପରିଚାଳନା କମିଟି ଗଠନ କରିବା ପାଇଁ ଉପସ୍ଥିତ ପଦାଧିକାରୀଙ୍କ ଅନୁମତି ପ୍ରକାରେ ନୂତନ କମିଟି ଗଠନ ପାଇଁ ବୈଠକର ସଭାପତି ଓ ନିର୍ବାଚନ ଅଧିକାରୀ ଉପସ୍ଥିତ ପଦାଧିକାରୀ ମାନଙ୍କୁ ନିବେଦନ କରିଥିଲେ ।
ଉପସ୍ଥିତ ପଦାଧିକାରୀ ଶ୍ରୀ ସି.ଏଚ୍. ଦିଲେଶ୍ୱର ରେଡି ତାଙ୍କର କାର୍ଯ୍ୟକାଳ ସୂଚାରୁରୁପେ ତୁଲାଇ ଆସୁଥିବା ଏବଂ ସମସ୍ତଙ୍କୁ ଉଚିତ ନ୍ୟାୟ ପ୍ରଦାନ କରି ଆସୁଥିବା ବିଷୟରେ ଉପସ୍ଥିତ ସମସ୍ତ ପଦାଧିକାରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ସି.ଏଚ୍. ଦିଲେଶ୍ୱର ରେଡି ଜଣେ ଦକ୍ଷ କର୍ମକର୍ତ୍ତା, ଉଚ୍ଚ ଶିକ୍ଷିତ ଯୁବ କର୍ମଠ ଓ ନିଷ୍ଠାପର ବ୍ୟକ୍ତିତ୍ୱ ଯୋଗୁଁ ତାଙ୍କୁ ପୁର୍ନବାର ପାଞ୍ଚବର୍ଷ ପାଇଁ ସଭାପତି ରୂପେ ନିଦ୍ଦ୍ୱନ୍ଧରେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ସାଧାରଣ ସମ୍ପାଦକ ରୂପେ ଶ୍ରୀ ଆର୍. ଶ୍ରୀନିବାସ ରେଡି ଯିଏ ଜଣେ ଦକ୍ଷ ସଂଗଠକ ତାଙ୍କୁ ମଧ୍ୟ ମନୋନିତ କରାଯାଇଛି ।
ନୂତନ କମିଟିର ନାମ ଓ ପଦବୀ:
କ୍ର.ନଂ.
ନୂତନ ପଦାଧିକାରୀଙ୍କ ନାମ
ପଦବୀ
୧
ଶ୍ରୀ ସି.ଏଚ୍. ଦିଲେଶ୍ୱର ରେଡି
ସଭାପତି
୨
ଶ୍ରୀ ଆର୍. ଶ୍ରୀନିବାସ ରେଡି
ସାଧାରଣ ସମ୍ପାଦକ
୩
ସାଲା କ୍ରିଷ୍ଣା ରେଡି
ଉପଦେଷ୍ଟା
୪
ସି.ଏଚ୍. କ୍ରିଷ୍ଣାୟା ରେଡି
ଉପଦେଷ୍ଟା
୫
କେ ମୋହନ ରାଓ ରେଡି
ଉପଦେଷ୍ଟା
୬
ଏନ୍. ଆପାରାଓ ରେଡି
ଉପ-ସଭାପତି
୭
କେ. ଦୁର୍ଯ୍ୟୋଧନ ରେଡି
ଉପ-ସଭାପତି
୮
ଏଲ୍. ଭାସ୍କର ରେଡି
ଉପ-ସଭାପତି
୯
ଏସ୍. ଗୋବିନ୍ଦ ରେଡି
କୋଷାଧ୍ୟକ୍ଷ
୧୦
ଏ. ମାଧବ ରେଡି
ସମ୍ପାଦକ
୧୧
ଏସ୍. ଚକ୍ରପାଣି ରେଡି
ସମ୍ପାଦକ
୧୨
ଏସ୍. କିଶୋର ରେଡି
ସମ୍ପାଦକ
୧୩
ପି. ଶିବକୁମାର ରେଡି
ସହ-ସମ୍ପାଦକ
୧୪
ଏମ୍. ବେଣୁ ଗୋପାଳ ରେଡି
ସହ-ସମ୍ପାଦକ
୧୫
ଡି. ନରହରି ରେଡି
ସହ-ସମ୍ପାଦକ
୧୬
କେ. ହେରମ୍ବ ରେଡି (ଇନ୍ଦ୍ରାକ୍ଷୀ)
କାର୍ଯ୍ୟକାରୀ ସଭ୍ୟ
୧୭
ଏନ୍. କାମରାଜୁ ରେଡି (ମହୁରୀ)
କାର୍ଯ୍ୟକାରୀ ସଭ୍ୟ
୧୮
ବି. ଜଗୁ ରେଡି (ପୁରୀ)
କାର୍ଯ୍ୟକାରୀ ସଭ୍ୟ
୧୯
ଆର୍. ଦେବରାଜ ରେଡି (ମାନସୁରକୋଟା)
କାର୍ଯ୍ୟକାରୀ ସଭ୍ୟ
୨୦
କେ. ଦଣ୍ଡପାଣି ରେଡି (ଆସ୍କା)
କାର୍ଯ୍ୟକାରୀ ସଭ୍ୟ
୨୧
କେ. ରାଜେନ୍ଦ୍ର ରେଡି (ଆସ୍କା)
କାର୍ଯ୍ୟକାରୀ ସଭ୍ୟ
୨୨
ଏନ୍. ରାମ ରେଡି ( ପୁର୍ବଖଣ୍ଡ)
କାର୍ଯ୍ୟକାରୀ ସଭ୍ୟ
୨୩
ଟି. ସୁଧାକର ରେଡି (ଆଠଗଡ)
କାର୍ଯ୍ୟକାରୀ ସଭ୍ୟ
୨୪
ଏ. ସୁଦର୍ଶନ ପ୍ରଧାନ ରେଡି (ଖଲ୍ଲିକୋଟ-ବି)
କାର୍ଯ୍ୟକାରୀ ସଭ୍ୟ
ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ପୁଷ୍ପମାଲ୍ୟ ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق