BREAKING
Loading...
:

ଦୁର୍ଘଟଣାରେ ଯୁବ ଅଧ୍ୟାପକଙ୍କ ମୃତ୍ୟୁ

 ଦୁର୍ଘଟଣାରେ ଯୁବ ଅଧ୍ୟାପକଙ୍କ ମୃତ୍ୟୁ 




 ବିଧିର ବିଧାନ କେ କରିବ ଆନ। ଏଇ ଥିଲେ ପୁଣି ଏଇ ନାହିଁ। ବିଧାତା ହାତର କାଠ କଣ୍ଢେଇ ଏ ଜୀବନ। କେତେବେଳେ କାହାକୁ ନେବ କାହାକୁ ଛାଡିବ ନିଷ୍ପତ୍ତି ତାର। ଆଉ ବିଧାତାଙ୍କ ଏହି ନିଷ୍ପତ୍ତିର ଶିକାର ହେଲେ ଯୁବ ଅଧ୍ୟାପକ । ଆଜି ଏକ କାର ଦୁର୍ଘଟଣାରେ ବାରିପଦାର ଜଣେ ଜଣାଶୁଣା   ଅଧ୍ୟାପକଙ୍କ ମୃତ୍ୟୁ।ମୃତକ ହେଉଛନ୍ତି ବାରିପଦା ଭଞ୍ଜପୁର ଅଞ୍ଚଳର ଶ୍ରୀମା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ତଥା ଓ୍ବାଲିଗଞ୍ଜର ରାଜଦିପ ପଟ୍ଟନାୟକ। ବାରିପଦାର ଅବସରପ୍ରାପ୍ତ ପ୍ରାଧ୍ୟାପକ ସନତ ପଟ୍ଟନାୟକଙ୍କ ପୁଅ ତଥା ନାରୀ ନେତ୍ରୀ  ଛବି ମାହାଲିଙ୍କ   ସ୍ୱାମୀ ରାଜଦୀପ ପଟ୍ଟନାୟକ । ତେବେ ରାଜଦୀପ ଏକ କାରରେ ଯାଉଥିବାବେଳେ 

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟ ନିକଟରେ ତାଙ୍କର କାରଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶୀକାର ହୋଇଥିଲା ବୋଲି ସୂଚନା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS