ମୋହନାରେ ୯ମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ |
ଗଜପତି ୨୦/୭/୨୫..(ମନୋଜ କୁମାର ପାଢୀ ) ଶୁକ୍ରବାର ମୋହନା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଛି l ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଯୋଜନା ସମ୍ପର୍କ ରେ କହିବା ସହ ଉନୟନ କାର୍ଯ୍ୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l ଏହି ବୈଠକରେ ବିଶେଷ କରି ମୋହନାରେ ପାନୀୟ ଜଳ ସମସ୍ୟା ଉପରେ ଆଲୋଚନା ହୋଇଛି l ମେଗା ପ୍ରକଳ୍ପ କାମ ଧିମେଇ ଚାଲିଥିବା ବେଳେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଭିନ୍ନ ଅବ୍ୟବସ୍ଥା ଲାଗିରହିଛି l ଏସବୁର ତୁରନ୍ତ ସମାଧାନ ପାଇଁ ଦାବୀ କରିଥିଲେ ଜନ ପ୍ରତିନିଧି l ଏଥିସହ ଏହି ବୈଠକରେ ବିକଶିତ ଗାଁ ବିକଶିତ ଓଡିଶା ଅନୁଦାନ ଉପରେ ଆଲୋଚନା କରାଯାଇଛି l ଏହି ବୈଠକରେ ମୋହନା ବିଡ଼ିଓ ରାଜୀବ ଦାସ, ବ୍ଲକ ଉପାଧ୍ୟକ୍ଷl ବାଲ୍ମୀନା ଅଧିକାରୀ, ସାଂସଦ ପ୍ରତିନିଧି ଜୀତେନ୍ଦ୍ର ବେହେରା,ଏବିଡ଼ିଓ ରମାକାନ୍ତ ଚୌଧୁରୀ ଯୋଗଦେଇଥିଲେ l ବୈଠକକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ ଓ ଜିପିଡିଓ ଦୀପକ ପ୍ରଧାନ ପରିଚାଳନା କରିଛନ୍ତି l
ମଣିଭଦ୍ରା ଖବର, ଗଜପତି


إرسال تعليق