BREAKING
Loading...
:

ଚଳିତ ବର୍ଷ ଭୁବନ ଭୋଇ ପାଇବେ 'ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ'

 ଚଳିତ ବର୍ଷ ଭୁବନ ଭୋଇ ପାଇବେ 'ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ' 



ସମ୍ବଲପୁର (ମଣିଭଦ୍ରା ଖବର) 


ଅଗଷ୍ଟ ୦୧ ତାରିଖରେ ସମ୍ବଲପୁରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ଅବସରରେ ପ୍ରତିବର୍ଷ ସମ୍ବଲପୁରୀ ସାହିତ୍ୟ, ନୃତ୍ୟ, ଗୀତ, ବାନ୍ଧକଳା ଏବଂ ନାଟକ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଜଣେ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇ ଆସୁଛି । ଚଳିତ ବର୍ଷ ୧୩ ତମ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନ 'କୁମ୍ଭାରୀ ଭଗବାନ ପାର୍ଟୀ' ନାଟକର ପୁରୋଧା ତଥା ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାରେ ୫ ହଜାର ରାତି ଅଭିନୟ କରି ସାରିଥିବା ଭୂବନ ଭୋଇଙ୍କୁ ପ୍ରଦାନ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଗୁରୁ ସତ୍ୟନାରାୟଣଙ୍କ ଅତୁଳନୀୟ ଅବଦାନକୁ ସ୍ମୁୃତି ଚାରଣ କରାଯାଇ ବିଗତ ୧୨ ବର୍ଷ ହେବ ୧୨ ଜଣ ପ୍ରତିଭାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇ ସାରିଛି । ସମ୍ବଲପୁରୀ ସାହିତ୍ୟିକ ମଙ୍ଗଲୁ ଚରଣ ବିଶ୍ୱାଳ, ଅଭିନେତା ଅଟଲ ବିହାରୀ ପଣ୍ଡା, ଗୀତିକାର, ଲାଲ ରତ୍ନାକର ସିଂହ, ପଦ୍ମଶ୍ରୀ ବିନୋଦ ପଶାୟତ, ବାନ୍ଧଶିଳ୍ପୀ ଭଗବାନ ମେହେର, ପଣ୍ଡିିତ ପୂର୍ଣ୍ଣଚନ୍ଦ୍ର ସାହୁ, ଅମୃତ ଲାଲ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ଅରୁଣ ପ୍ରସନ୍ନ ସେଠ, ନୃତ୍ୟ ନିର୍ଦ୍ଦେଶକ ରଣଜିତ ନାଗ, ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ଦିଆଯାଇଛି । ଭୂବନ ଭୋଇ ଗୁରୁ ଭଗବାନ ସାହୁଙ୍କ ଉତ୍ତରାଧୀକାରୀ ଭାବେ ସମ୍ବଲପୁରୀ ନାଟକକୁ ଆଜି ପର୍ଯ୍ୟନ୍ତ ପରିବେଷଣ କରି ଆସୁଛନ୍ତି । ପ୍ରକାଶ ଯୋଗ୍ୟ ଯେ ଦୀର୍ଘ ୭୬ ବର୍ଷ ହେବ ବ୍ରଜେଶ୍ୱରୀ ନୃତ୍ୟକଳା ପରିଷଦ, କୁମ୍ଭାରୀ ନାଟକ ପରିବେଷଣ କ୍ଷେତ୍ରରେ ସାରା ଓଡିଶାରେ ନିଜର ସ୍ବତନ୍ତ୍ର ପରିଚୟ ହାସିଲ କରିପାରିଛି।  ଭଗବାନ ସାହୁଙ୍କର ସବୁଠାରୁ ବେଶୀ ଲୋକପ୍ରୀୟ ନାଟକ 'ବୀର ସୁରେନ୍ଦ୍ର ସାଏ' ରେ ଭୂବନ ଭୋଇ ମୂଖ୍ୟ ଚରିତ୍ରରେ ଅଭିନୟ କରିଆସୁଛନ୍ତି। ଏହାସହ ଭଗବାନ ସାହୁଙ୍କ ପରେ ଭୂବନ ଭୋଇ ତାଙ୍କର ନାଟକ ଦଳକୁ ପରିଚାଳନା କରି ଆସୁଛନ୍ତି। କୌଣସି ନିର୍ଦ୍ଧିଷ୍ଟ ଚରିତ୍ରରେ ଲଗାତାର  ଚାଲିଷ ବର୍ଷ ଧରି ପାଞ୍ଚ ହଜାରରୁ ଅଧିକ ରାତି ଅଭିନୟ କରି ସେ ରେକର୍ଡ ସୃଷ୍ଟି କରି ପାରିଛନ୍ତି । ତେଣୁ ଚଳିତ ବର୍ଷ ତାଙ୍କୁ ଏହି ଜାତୀୟ ସମ୍ମାନ ପ୍ରଦାନ ପାଇଁ ଚୟନ କରାଯାଇଥିବା ସୂଚନା ଦିଆଯିବା ପରେ ଭୂବନ ଭୋଇ ଖୁସି ପ୍ରକଟ କରିଛନ୍ତି। ଡେରା ପରିସରରେ ଆବାହକ ଭବାନୀଶ ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସାଂସ୍କୃତିକ ସଂଯୋଜକ ଦଶରଥ ମେହେର, ରାଜେଶ ସ୍ବାଇଁ, ଡ. ସ୍ବୟଂ ପ୍ରକାଶ ପଣ୍ଡା, ରାହୁଲ ଗୁପ୍ତା, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ, ସଙ୍ଗଠନ ସଂଯୋଜକ ସୁବୋଧ ଦୋରାଙ୍କ ସମେତ ମଞ୍ଚର ବହୁ ସଦସ୍ୟଙ୍କ ସମେତ ନାରୀଶକ୍ତି ଏବଂ ପଶ୍ଚିମାଞ୍ଚଲ ଲେଖକ ମଞ୍ଚ ଏବଂ ପଶ୍ଚିମାଞ୍ଚଲ ଯୁବ ଏକତା ମଞ୍ଚର ସଦସ୍ୟମାନେ ଉପସ୍ଥିତ  ରହିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS