BREAKING
Loading...
:

ପଠାଣି ସାମନ୍ତ ମହାବିଦ୍ୟାଳୟ ରେ ଇନୋଭେସନ ଷ୍ଟାର୍ଟ ଅପ ଓଡ଼ିଶା

 ପଠାଣି ସାମନ୍ତ ମହାବିଦ୍ୟାଳୟ ରେ ଇନୋଭେସନ ଷ୍ଟାର୍ଟ ଅପ ଓଡ଼ିଶା 



ଭାପୁର (ବିଭୂତି ମହାପାତ୍ର) ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆସ୍ଥପଠାଣି ସାମନ୍ତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଇନୋଭେସନ ଓ ଷ୍ଟାର୍ଟ ଅପ ଓଡ଼ିଶା ପ୍ରତିଯୋଗିତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଚେତନାର ପରିପ୍ରକାଶ ପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା, ଡକ୍ଟର, ସ୍ବଚ୍ଛ ସଲିଳା ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କ୍ ଅଫ୍ ବରୋଦା ର ମୂଖ୍ୟ ପରିଚାଳକ ଶ୍ରୀ ସମିର ରଜ୍ଞନ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନେ ଶିକ୍ଷାଦାନ ଶେଷପରେ ଜଣେ ସଫଳ ଉଦ୍ୟୋଗପତି ହୋଇପାରିଵା ପାଇଁ ସେ ବିଷୟରେ ପରାମର୍ଶ ଦେଇଥିଲେ ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟରେ ଉଦ୍ୟୋଗି ଭାଵନାର ପରିପ୍ରକାଶ ପାଇଁ ଏକ ପ୍ରତିଯୋଗିତା କରାଯାଇଥିଲା ଏଥିରେ ବିଚାରକ ଭାବରେ ଅର୍ଥ ନିତୀ ବିଭାଗୀୟ ମୁଖ୍ୟ ଡକ୍ଟର, ଶିବ ନାରାୟଣ ମିଶ୍ର ଓ ସମାଜ ବିଜ୍ଞାନର ବିଭାଗୀୟ ମୁଖ୍ୟ ଗୈତମ ପ୍ରଧାନ ବିଚାରକ ଭାବରେ ପ୍ରତିଯୋଗିତା କୁ ସମ୍ପାଦନ କରିଥିଲେ ଏବଂ ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହିତ ଏହି ଟ୍ରଫି ଏବଂ ଅର୍ଥରାଶି ପ୍ରଦାନ କରାଯାଇଥିଲା । ପରିଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ମନୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS