ଭୂତକୋଠି ପାଲଟିଛି ପଞ୍ଚାୟତ ସମିତି ମାର୍କେଟ କମ୍ପ୍ଲେକ୍ସ
ଭାପୁର (ବିଭୂତି ମହାପାତ୍ର) ଦୀପ ତଳ ଅନ୍ଧାର ପରି, ଭାପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ୬ଟି ମାର୍କେଟ କମ୍ପ୍ଲେକ୍ସ ଗୃହ ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ସେଗୁଡ଼ିକ ଭୂତକୋଠି ପାଲଟିଛି। ଭାପୁର ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକର ଦକ୍ଷିଣ ଦିଗରେ ମୁଖ୍ୟ ରାସ୍ତା ପଟକୁ ଥିବା ୬ଟି ମାର୍କେଟ କମ୍ପ୍ଲେକ୍ସ ଗୃହ ଲାଗି ରହିଛି। ଉକ୍ତ ଗୃହ ଗୁଡିକ ଆଜକୁ ପ୍ରାୟ ୨୨ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ନିର୍ମାଣ ହୋଇ ପଡି ରହିଛି। ମାତ୍ର, ଗୃହ ଗୁଡିକ ନିର୍ମାଣଧିନ ହେବା ଦିନ ଠାରୁ ଭଡ଼ା ସୂତ୍ରରେ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ମାନଙ୍କୁ ଦିଆ ନଯିବା ସହ ରକ୍ଷଣା ବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି। ଯାହା ଫଳରେ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଛି। ମାର୍କେଟ କମ୍ପ୍ଲେକ୍ସ ଗୃହ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଏହାର ସଟର ଗୁଡିକ କଳଙ୍କି ଲାଗି ନଷ୍ଟ ହୋଇ ଯାଇଛି। ଘର ଗୁଡ଼ିକୁ ମରାମତି କରି ଭଡା ସୂତ୍ରରେ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ମାନଙ୍କୁ ବ୍ୟବସାୟ ସୂତ୍ରରେ ଦିଆ ଗଲେ ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟ ହେବା ସହ ଭୂତ କୋଠି ପାଲଟିଥିବା ଗୃହ ଗୁଡିକ କାର୍ଯ୍ୟକ୍ଷମ ହୋଇ ପାରନ୍ତା । ପୁନଶ୍ଚ , ବେକାରୀ ସମସ୍ୟା ଦୂର ହେବା ସହ କିଛି ବ୍ୟକ୍ତି ବ୍ୟବସାୟ କରି ନିଜ ଗୁଜୁରାଣ ମେଣ୍ଟାଇବା ରେ ସକ୍ଷମ ହୋଇ ପାରିବେ। ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଦୁଇ ମହଲା ବିଶିଷ୍ଟ କୋଠା ଘର କେତେବେଳେ ଭୁଷୁଡି ପଡି ଏକ ଅଘଟଣ ଘଟାଇବା ପୂର୍ବରୁ ବ୍ଲକ ପ୍ରଶାସନର ଚେତା ପଶିବା ଦରକାର ବୋଲି ଚା ଖଟି ରେ ଚର୍ଚ୍ଚା ଜୋର୍ ଧରିଛି। ଏନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ ଓ ସମାଜସେବୀ ମାନେ ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏନେଇ ଭାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା ଦୃଷ୍ଟି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଉକ୍ତ ଗୃହ ଗୁଡିକର ସ୍ଥାୟୀତ୍ବ ନେଇ ଯାଞ୍ଚ ପ୍ରକ୍ରିୟା କରି, ଯାଞ୍ଚ ପ୍ରକ୍ରିୟା ରିପୋର୍ଟ କୁ ଆଧାର କରି ତୁରନ୍ତ ମରାମତି କରି ଗୃହ ଗୁଡିକୁ କାର୍ଯ୍ୟକ୍ଷମ କରନ୍ତୁ, ନଚେତ୍ ଗୃହ ଗୁଡିକୁ ଭାଙ୍ଗି ନୂତନ ବ୍ୟବସାୟ ଗୃହ ନିର୍ମାଣ କରନ୍ତୁ ।
ମଣିଭଦ୍ରା ଖବର, ଭାପୁର


Post a Comment