BREAKING
Loading...
:

ଜୁଆ ଆଡ୍ଡା ରେ ଅଚାନକ ଚଢାଉ । ସୂଚନା ଦେଲେ ଏସପି ।

 ଜୁଆ ଆଡ୍ଡା ରେ ଅଚାନକ ଚଢାଉ । ସୂଚନା ଦେଲେ ଏସପି । 



ଗଜପତି(ମନୋଜ ପାଢୀ)

ଗଜପତି ଜିଲ୍ଲା ପାରଳଖେମୁଣ୍ଡି ଅନ୍ତର୍ଗତ  କୁରଲୁଣ୍ଡା ଗ୍ରାମର କାଜୁ ବାଡ଼ରେ  କିଛି ଲୋକ ଜୁଆ ଖେଳୁଥିବା ଆଦର୍ଶ ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ଅଧିକାରୀ ଧିମାନ୍ ପ୍ରସାନ୍ତ ଭୂପତି ଙ୍କ ନିର୍ଦ୍ଦେଶରେ ପୋଲିସ ଟିମ୍ ପହଞ୍ଚି ଅଚାନକ  ଜୁଆ ଆଡ୍ଡା ରେ ଚଢାଉ କରିଥିଲେ । ଘଟଣସ୍ଥଳରେ ଟଙ୍କା ସହିତ  ସାତ ଜଣଙ୍କୁ ଆଦର୍ଶ ଥାନା ପୋଲିସ ଗିରଫ କରିଛି। ଟଙ୍କା ପଇସା ଛାଡ଼ି ପୋଲିସ ପୋଲିସଙ୍କୁ ଦେଖି ଦୌଡ଼ି ପଳାଉଥିଲେ । ପୋଲିସ ଏ ବାବଦରେ ଅଧିକ ତଦନ୍ତ କରିବ ଏବଂ ଏଭଳି ଯେଉଁ ସ୍ଥାନରେ ବେଆଇନ୍ ଭାବେ ଜୁଆ ଖେଳ ହେବ ସେହି ଜୁଆ ଆଡ୍ଡା ଖୋଜି ଖୋଜି ଜୁଆ ଖେଳାଳି ମାନଙ୍କୁ ଗଜପତି ପୋଲିସ ଟିମ୍ ଗିରଫ କରି ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷ ଶ୍ରୀ ଯତୀନ୍ଦ୍ର କୁମାର୍ ପଣ୍ଡା  ସାମାଜିକ ଗଣମାଧ୍ୟମରେ ସୁଚନା ପ୍ରଦାନ କରିଛନ୍ତି  ।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS