BREAKING
Loading...
:

ନୂଆଗାଁ ପୋଲିସ ପକ୍ଷରୁ ମାଇଛେଳି ପଞ୍ଚାୟତ ରେ ନୂତନ ଆଇନ୍ ସଚେତନତା ପରାମର୍ଶ ଶିବିର ଅନୁଷ୍ଠିତ

 ନୂଆଗାଁ ପୋଲିସ ପକ୍ଷରୁ ମାଇଛେଳି ପଞ୍ଚାୟତ ରେ ନୂତନ ଆଇନ୍ ସଚେତନତା ପରାମର୍ଶ ଶିବିର ଅନୁଷ୍ଠିତ।

ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତ ଠାରେ ନୂଆଗାଁ ଥାନା ଓ ମହିପୁର ଫାଣ୍ଡି ପୋଲିସ ପକ୍ଷରୁ ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ନୂଆଗାଁ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ସାହୁ ଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମହିପୁର ଫାଣ୍ଡିର ଏ.ଏସ.ଆଇ ବିରଞ୍ଚି ନାରାୟଣ ଅମାତ , ନୂଆଗାଁ ଥାନା ଏ.ଏସ .ଆଇ ମନୋଜ କୁମାର ପାତ୍ର ,ସମାଜ ସେବୀ ଦାଶରଥି ପ୍ରଧାନ ,ସଁପଡା ଗ୍ରାମର ସଭାପତି ରାଜ କିଶୋର ସ୍ୱାଇଁ ଉପସ୍ଥିତ ରହି ନୂତନ ଆଇନ ବିଷୟରେ ଆଲୋଚନା କରିବା ସହିତ ଗ୍ରାମ ମାନଙ୍କରେ କିପରି ଶାନ୍ତି ଶୃଂଖଳାର ସହିତ ଭାଇଚାରାକୁ ବଜାଇରଖି ଚଳିବା ଉପରେ ନିଜର ନିଜର ବକ୍ତବ୍ୟ ରଖି ଥିଲେ। ଏବଂ ପୋଲିସକୁ ନ ଡରି ସଚ୍ଚୋଟର ସହିତ ଭାଇ ବନ୍ଦୁଙ୍କ ପରି ଚଳିବା ପାଇଁ କହିଥିଲେ । ମହିଳା ଓ ଶିଶୁ ଙ୍କ ପ୍ରତି ନୂତନ ଆଇନ ସଂପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଁପଡା ଗ୍ରାମର ବରିଷ୍ଠ ନାଗରିକ , ବୁଦ୍ଧିଜୀବି ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS