BREAKING
Loading...
:

ରାଷ୍ଟ୍ରୀୟ ସହ ପ୍ରମୂଖହେଲେ ପ୍ରଫେସର ସତ୍ୟନାରାୟଣ

 ରାଷ୍ଟ୍ରୀୟ ସହ ପ୍ରମୂଖହେଲେ ପ୍ରଫେସର ସତ୍ୟନାରାୟଣ

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅଧୀନସ୍ଥ ଗଡିଆ ସାହି ଗ୍ରାମପଞ୍ଚାୟତ ର ନଟବର ପୁର ଶାସନ ଗ୍ରାମ ନିବାସୀ ତଥା ଆନ୍ଧ୍ରପ୍ରଦେଶ ର ତିରୁପତି ସ୍ଥିତ ରାଷ୍ଟ୍ରିୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ସାହିତ୍ୟ ସଂସ୍କୃତି ସଙ୍କାୟ ଅଧ୍ୟକ୍ଷ ଏବଂ ମୁଖ୍ୟ ସତର୍କତା ଅଧିକାରୀ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଙ୍କୁ ଅଖିଳ ଭାରତୀୟ ସ୍ତରରେ ପ୍ରତିଷ୍ଠାପିତ "ସଂସ୍କୃତି ସଂସ୍କୃତ ବିକାଶ ସଂସ୍ଥାନ" ର ବିଦ୍ବତ୍ ପରିଷତ୍ ସହ ପ୍ରମୁଖ ଭାବରେ ଦାୟିତ୍ଵ ମିଳିଛି। ଗତ ତା ୦୩-୦୪-୨୦୨୫ ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ଆୟୋଜିତ ସର୍ବଭାରତୀୟ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ରାଧାଗୋବିନ୍ଦ ତ୍ରିପାଠୀ ଅନ୍ୟ ପଦାଧିକାରୀମାନଙ୍କ ର ଦାୟିତ୍ଵ ମଧ୍ୟ ଘୋଷଣା କରିଥିଲେ। ଆଜୀବନ ଭାରତୀୟ ସଂସ୍କୃତି ତଥା ସଂସ୍କୃତ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଥିବା ପ୍ରଫେସର ଆଚାର୍ଯ୍ୟ ଙ୍କୁ କେନ୍ଦ୍ର ସରକାର ଙ୍କ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟ ଯୋଜନା ଅନ୍ତର୍ଗତ ତାମିଲନାଡୁ ରାଜ୍ୟର ମଧୁରାନ୍ତକ ସହରରେ ଅବସ୍ଥିତ ଶ୍ରୀ ଅହୋବିଳମଠ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟର ପରିଚାଳନା ସମିତି ର ସମ୍ମାନଜନକ ଅଧ୍ୟକ୍ଷ ଭାବରେ ମଧ୍ୟ ତିନି ବର୍ଷ ପାଇଁ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ନୂଆଦିଲ୍ଲୀ ର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡିମହୋଦୟ ନିଯୁକ୍ତି ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ପ୍ରଫେସର ଆଚାର୍ଯ୍ୟ ଦୀର୍ଘ ତିନି ବର୍ଷ ହେବ ନିଜ ଗ୍ରାମରେ ମହର୍ଷି ସାନ୍ଦୀପନି ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ର ସହବନ୍ଧନ ଲାଭ କରି ବେଦ ଶାସ୍ତ୍ର ପାଠଶାଳା ର ପ୍ରତିଷ୍ଠା କରାଇଛନ୍ତି। ଏଥିରେ ଗୁରୁ ଶିଷ୍ୟ ପରମ୍ପରାରେ ୧୦ ଜଣ ବିଦ୍ୟାର୍ଥୀ ଶୁକ୍ଳ ଯଜୁର୍ବେଦ କାଣ୍ବ ଶାଖାର ଅଧ୍ୟୟନ କରୁଥିବାବେଳେ ସେମାନଙ୍କ ପାଇଁ ନିଃଶୁଳ୍କ ଆବାସ ଓ ଭୋଜନ ର ବ୍ୟବସ୍ଥା ହୋଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS