BREAKING
Loading...
:

ପୁଣି ଶସ୍ତା ହେଲା ସୁନା ଦର। ମଧ୍ୟବିତ୍ତ ପରିବାରଙ୍କୁ ଆଶ୍ୱସ୍ତି

 *ପୁଣି ଶସ୍ତା ହେଲା ସୁନା ଦର। ମଧ୍ୟବିତ୍ତ ପରିବାରଙ୍କୁ ଆଶ୍ୱସ୍ତି।*

କଟକ (ମାନସ କୁମାର ସାହୁ) ପୁଣି ଶସ୍ତା ହେଲା ସୁନା ଦର। ମଧ୍ୟବିତ୍ତ ପରିବାରଙ୍କୁ ଆଶ୍ୱସ୍ତି। ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ଦର ୧୬ ଶହ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ୧୭୪୦ ଟଙ୍କା ଶସ୍ତା ହୋଇଛି । ବିଶେଷଜ୍ଞଙ୍କ ଅନୁମାନ ଆଗାମୀ ଦିନରେ ସୁନା ଦର ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଏପରି ହେଲେ ସୁନା ପୁଣି ମଧ୍ୟବର୍ଗ କିଣିବା ସମ୍ଭବ ହୋଇପାରିବ ।ଗତ ବର୍ଷକ ମଧ୍ୟରେ ସୁନା ଦର ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ହେଲେ ଆଗାମୀ ଦିନରେ ସୁନା ଦରରେ ଭୟଙ୍କର ହ୍ରାସ ହେବାର ସମ୍ଭାବନା ରହିଛି। ଏହି ହ୍ରାସ ୩୮ ପ୍ରତିଶତରୁ ବି ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି। ସୁନା ମୂଲ୍ୟରେ ସମ୍ପ୍ରତି ବୃଦ୍ଧି ପଛରେ ଅନେକ ପ୍ରମୁଖ କାରଣ ଥିଲା ଯେପରିକି ଆର୍ଥିକ ଅନିଶ୍ଚିତତା, ମୁଦ୍ରାସ୍ଫୀତିର ଭୟ, ଭୂରାଜନୈତିକ ଉତ୍ତେଜନା, ଆମେରିକାର ଶୁଳ୍କ ଇତ୍ୟାଦି। ଏହି କାରଣରୁ, ଏକ ସୁରକ୍ଷିତ ନିବେଶ ଭାବରେ ସୁନାର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଲା। ତଥାପି, ଏବେ ଏପରି ଅନେକ କାରଣ ଅଛି ଯାହା ଯୋଗୁଁ ମୂଲ୍ୟ ହ୍ରାସ ପାଇପାରେ।

ମଣିଭଦ୍ରା ଖବର, କଟକ 

Post a Comment

Previous Post Next Post
Header ADS