BREAKING
Loading...
:

ଦଶପଲ୍ଲା ବନାଞ୍ଚଳରେ କରାଳ ରୁପ ନେଊଛି ଜଂଗଲ ନିଆଁ , ଶହଶହ ହେକ୍ଟର ଜଙ୍ଗଲ ଧ୍ବଂସ ।

 ଦଶପଲ୍ଲା ବନାଞ୍ଚଳରେ  କରାଳ ରୁପ ନେଊଛି ଜଂଗଲ ନିଆଁ , ଶହଶହ ହେକ୍ଟର ଜଙ୍ଗଲ ଧ୍ବଂସ ।

◆ ଦଶପଲ୍ଲାରେ ୧୨୨ଟି ,ମଧ୍ୟରୁ ଟାକରା ସେକସନ ରେ ସର୍ବାଧିକ ।


ଦଶପଲ୍ଲା : -  ( ଶିବାନୀ ଦୀପାଞ୍ଜଳୀ) ନିଆଁର ଆଁ ଭିତରେ ଟାକରା ଫରେଷ୍ଟ ସେକ୍ସନ୍ । ଜଳୁଛି ଟାକରା ସେକ୍ସନ୍ ର ସମସ୍ତ ଜଂଗଲ । ସଚେତନ ହେଉ ନାହାନ୍ତି ଜନସାଧାରଣ ।  ଫେଲ୍ ମାରୁଛି ସଚେତନତା କାର୍ଯ୍ୟକ୍ରମ  ।ଗ୍ରୀଷ୍ମ ସମୟରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ଜଙ୍ଗଲ ନିଆଁରୁ ନିବୃତ ରହିବା ପାଇଁ ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବାବଦରେ ଲକ୍ଷଲକ୍ଷ ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି  । ଗାଁଗାଁରେ ସଭା ସମିତିଠାରୁ ଆରମ୍ଭ କରି ପାଲା ଓ ଦାସକାଠିଆ ଭଳି ନାଟକ ପ୍ରଦର୍ଶନ କରାଯାଇ ଜଙ୍ଗଲ ନିଆଁର ଭୟାବହତା ଓ ଏହାର କୁ ପ୍ରଭାବ ସମ୍ପର୍କରେ ସଚେତନତା କରାଯାଉଛି  । ଗାଁଗାଁରେ ଭିଏସ୍ଏସ୍ କମିଟି ଗଠନ ହୋଇଛି। ମାତ୍ର ଦଶପଲ୍ଲା ବନାଞ୍ଚଳରେ ଫଳ ଘର ଶୂନ ହୋଇଛି। ଜଙ୍ଗଲ ନିଆଁକୁ ନେଇ ନୟାଗଡ଼ ବନଖଣ୍ଡରେ ଯେଉଁ ଚିତ୍ର ରହିଛି ତାହାରି ମଧ୍ୟରେ ଦଶପଲ୍ଲା ବନାଞ୍ଚଳର ସ୍ଥିତି ଅତି ଗମ୍ଭୀର ହୋଇପଡ଼ିଛି। ଗତ ଜାନୁଆରି ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ବନାଞ୍ଚଳରେ ଦୈନିକ ନିଆଁ ଲାଗୁଥିବା ବେଳେ ଦଶପଲ୍ଲା ବନାଞ୍ଚଳରେ ସର୍ବାଧିକ ନିଆଁ ଲାଗିଥିବା ରିପୋର୍ଟରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଡିଭିଜନରେ ସମୁଦାୟ ୧୬୦ ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ୍ ସର୍ଭେ ରିପୋର୍ଟରୁ ଜଣାପଡ଼ିଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି । ଏହାର ବାସ୍ତବ ଚିତ୍ର ଅଧିକ ରହିଥିବା ବେଳେ ସରକାରୀ ରିପୋର୍ଟ ଏହା ରହିଛି। ମାତ୍ର ନିଆଁର ଏହି ପରିସଂଖ୍ୟାନ ମଧ୍ୟରେ ଦଶପଲ୍ଲା ବନାଞ୍ଚଳରେ ସର୍ବାଧିକ ୧୨୨ଟି ସ୍ଥାନରେ ନିଆଁ ଲାଗିଛି ତାହା ପଛରେ ଗଣିଆ ବନାଞ୍ଚଳରେ ୨୪ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ମହିପୁର ବନାଞ୍ଚଳରେ ୧୦ଟି, ଓଡ଼ଗାଁ ବନାଞ୍ଚଳରେ ୨ଟି ଓ ପଞ୍ଚରିଡ଼ା ବନାଞ୍ଚଳର ୨ଟି ସ୍ଥାନରେ ନିଆଁ ଲାଗିଥିବା ରିପୋର୍ଟରୁ ଜଣାପଡ଼ିଛି । ଏହି ନିଆଁ ପାଇଁ ଘଞ୍ଚ ଜଙ୍ଗଲ ଏବେ ମରୁଭୂମି ସଦୃଶ ହୋଇଥିବା ବେଳେ ଅନେକ ବନ୍ୟଜନ୍ତୁ ଜଳିପୋଡ଼ି ଯାଇଥିବା କୁହାଯାଉଛି! ବଡ଼କଥା ହେଉଛି, ଏହି ନିଆଁ ମନୁଷ୍ୟକୃତ ।  କିଏ ଜଙ୍ଗଲରୁ ମହୁଲ ସଂଗ୍ରହ ପାଇଁ ନିଆଁ ଲଗାଉଛି ତ ଆଉ କିଏ ପୋଡୁଚାଷ ଓ କୋଇଲା ସଂଗ୍ରହ କରିବା ପାଇଁ ନିଆଁ ଲଗାଉଛନ୍ତି। ଏହା ମଧ୍ୟରେ ଶିକାରୀମାନେ ମଧ୍ୟ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲର ଦୁଇ ପାର୍ଶ୍ଵରେ ନିଆଁ ଲଗାଇ ଶିକାର କରୁଥିବା କୁହାଯାଉଛି| ବଡ଼କଥା ହେଉଛି, ଗତ ୧ ମାସ ହେଲା ଦଶପଲ୍ଲା ବନାଞ୍ଚଳ ଅଧିକାରୀ ପଦବି ଖାଲି ପଡ଼ିଥିବା ବେଳେ ଅନେକ କର୍ମଚାରୀ ଦଶପଲ୍ଲା ରେ ରହୁଥିବାବେଳେ ,ଜଙ୍ଗଲ ମାତୃନାହାନ୍ତି ,ଯାହାର ସୁଯୋଗ ନେଇ ଜଙ୍ଗଲରେ ନିଆଁ ବଢ଼ୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

أحدث أقدم
Header ADS