BREAKING
Loading...
:

ଟିଟିଲାଗଡ ପୌର ପରିଷଦ ଅଧିକାରୀ ଙ୍କ ପ୍ଲାଷ୍ଟିକ ମୁକ୍ତ ସହର ଗଠନ ନେଇ ଚଢ଼ାଉ

 ଟିଟିଲାଗଡ ପୌର ପରିଷଦ ଅଧିକାରୀ ଙ୍କ ପ୍ଲାଷ୍ଟିକ ମୁକ୍ତ ସହର ଗଠନ ନେଇ ଚଢ଼ାଉ ।


ବଲାଙ୍ଗୀର/ ଟିଟିଲାଗଡ଼,ତା୦୩-୦୪ (ମଣିଭଦ୍ରା ଖବର) 

ଟିଟିଲାଗଡ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଚ଼ନ୍ଦନ କୁମାର ଶତପଥି ଙ୍କ ନେତୃତ୍ଵରେ ପ୍ଳାଷ୍ଟିକ ମୁକ୍ତ ଟିଟିଲାଗଡ଼ କରିବା ପାଇଁ ବିଭିନ୍ନ ଗୋଦାମ ଓ ଦୋକାନରେ ରେଡ଼ ଚଢ଼ାଉ କରାଯାଇଛି । ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦନ କୁମାନ ଶତପଥି ଓ ପୋଲିସ ପ୍ରଶାସନ ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଦୋକାନ ଓ ଗୋଦାମ ଗୁଡ଼ିକ ରେ ଚ଼ଢ଼ାଉ କରି ଟଙ୍କା ୫୦,୦୦୦ (ପଚାଷ ହଜାର) ଟଙ୍କାର ଫାଇନ ଆଦାୟ କରାଯାଇଥିଲା। ଆଗାମୀ  ଦିନରେ ଏହି ଭଳି ଚଢ଼ାଉ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି । ସହର ର ବିଭିନ୍ନ ଦୋକାନ ଓ ଗୋଦାମ ରେ ରେଡ଼ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଚ଼ନ୍ଦନ କୁମାର ଶତପଥି । ଟିଟିଲାଗଡ଼ ସହର କୁ ପ୍ଳାଷ୍ଟିକ ମୁକ୍ତ କରିବା ପାଇଁ ଜନସାଧାରଣ ସଚେତନ ହେବା ଓ ଅଭିଯାନ କୁ ସଫଳ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS