ମନରେଗା ଯୋଜନାରେ ଫୋଟୋକୁ ଫୋଟୋ ଉଠାଇ ଚଞ୍ଚକତା.
• ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି.
ଲାଞ୍ଜିଗଡ଼ (ମଣିଭଦ୍ରା ଖବର) ମନରେଗା ଯୋଜନା ମାଧ୍ୟମରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ଦୁର୍ଗମ ଅଞ୍ଚଳରେ ଏହି ଯୋଜନାରେ ଆସୁଥିବା ଅନୁଦାନ ବାଟମାରଣା ହୋଇ ଅର୍ଥରାଶି ହେରଫେର କରାଯାଉଛି।ଏହି ଭଳି ଅଭିଯୋଗ ହେଉଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ବେଡାଗାଁ ପଞ୍ଚାୟତ ଅନ୍ତର୍ଗତ ଗାରେଶ ଓ ଡମସୁଲିମ ଗାଁର।ଉକ୍ତ ପଞ୍ଚାୟତର ପ୍ରତ୍ୟୋକ ଗାଁରେ ମନରେଗା ଓ ଅନେକ ସଂସ୍ଥା ମାଧ୍ୟମରେ ଅନେକ ଗୁଡ଼ିଏ କାର୍ଯ୍ୟ ଚାଲିଥିବା ବେଳେ କାମ କମ ଲକ୍ଷ ଲକ୍ଷ ଟଙ୍କାର ମହାଦୁର୍ନୀତି ଚାଲିଥିବା ଅଭିଯୋଗ ହେଉଛି। ପଞ୍ଚାୟତର ଅନେକ ଗୁଡ଼ାଏ ଗାଁରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଚାଲିଛି ସତ ହେଲେ କାର୍ଯ୍ୟରେ କାର୍ଯ୍ୟରତ ଶ୍ରମିକଙ୍କ ଦୈନିକ ମଜୁରୀ ଉପସ୍ଥାନ କରିବା ପାଇଁ ସମସ୍ତ ଗାଁସାଥିଙ୍କୁ ଏନଏମଏମଏସ ନାମକ ଏକ ଆପ୍ସ ଦିଆଯାଇଛି। କିନ୍ତୁ ତାହା ସଠିକ ଉପଯୋଗ କରିବା ପାଇଁ ସରକାରଙ୍କ ନିର୍ଦେଶ ରହିଛି କିନ୍ତୁ ସମ୍ପୃକ୍ତ ଗାଁ ସାଥି ତାହାକୁ ଖାତିର ନକରି ଦୈନିକ କାମ କରୁଥିବା ଶ୍ରମିକଙ୍କ ଫୋଟୋ ଅପଲୋଡ଼ କରବା କଥା ହେଲେ ମୋବାଇଲରେ ଉଠାଇ ଥିବା ସେହି ପୁରୁଣା ମୋବାଇଲର ଫୋଟୋକୁ ଫୋଟୋ ଅପଲୋଡ଼ କରି ଅର୍ଥରାଶି ହଡପ କରୁଥିବା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।ଏପଟେ କାର୍ଯ୍ୟସ୍ଥଳରେ ଯେତେ ଶ୍ରମିକ ରହିଥିବେ ସେତିକି ଶ୍ରମିକଙ୍କ ହିଁ ଦୈନିକ ମଜୁରୀ ଉପସ୍ଥାନ କରିବା ପାଇଁ ଧାର୍ଯ୍ୟ ରହିଥିଲେ ସୁଦ୍ଧା ମନରେଗା ସାଇଟରୁ ତାହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି।ତେବେ ଏହି ଭଲି ହୀନ କାର୍ଯ୍ୟକୁ ଲୋକେ ଜାଣି ଚକିତ ହେଉଛନ୍ତି।କାରଣ ପୁରୁଣା ଫୋଟୋ ବା ମୋବାଇଲ ରେ ଥିବା ଫୋଟୋ କୁ କେମିତି ପୁଣି ଥରେ ଅପଲୋଡ଼ କରୁଛନ୍ତି।ତେବେ ଏଥିରେ ଜିଆରଏସ,ଗାଁ ସାଥି ମାନେ ମିଳିତ ଉଦ୍ୟମରେ ଦୁର୍ନୀତି କରୁଥିବା ଅଭିଯୋଗ ହେଉଥିବା ବେଳେ ଏଥିରେ ଅନ୍ୟ ପଦାଧିକାରୀଙ୍କ ମଧ୍ୟ ହାତ ରହିଥିବା ସନ୍ଦେହ କରାଯାଉଛି l କାରଣ ବିଏଫଟି ଠୁ ଆରମ୍ଭ କରି ସମସ୍ତ ଅଧିକାରୀ ମାନେ ନିଜେ କାର୍ଯ୍ୟ ସ୍ଥଳକୁ ଯାଇ ଯାଞ୍ଚ କରୁଥିବା କୁହାଯାଉଥିବା ବେଲେ ତାହା କିପରି ଯାଞ୍ଚ କରାଯାଉଥିବ ତାହା ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି।ଯାହାଫଳରେ କାମ କମ ଦୁର୍ନୀତି ବେଶି ହେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ପଞ୍ଚାୟତରେ ଅନେକ ଗୁଡ଼ିଏ କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ କାର୍ଯ୍ୟକୁ ଭିଜିଲାନ୍ସ ଯଦି ଏହାର ତଦନ୍ତ କରେ ତାହାହେଲେ ଜିଆରଏସ ଓ ଗାଁ ସାଥି ଓ ସମ୍ପୃକ୍ତ ଅଫିସର ମାନଙ୍କର କଳାକାରନାମା ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଜଣେ ନିରୀହ ନିଷ୍ପେସିତ ଲୋକେ ଏହାର ସୁବିଧା ପାଇବାରୁ ବଞ୍ଚିତ ରହୁଥିବା ବେଳେ ଏଥିରେ ଜିଆରଏସ,ବିଏଫଟି,ଗାଁସାଥି ଠାରୁ ଆରମ୍ଭ କରି ଅଫିସର ମାନେ ଲାଭବାନ ହେବା ବିଡମ୍ବନାର ବିଷୟ। ତେବେ ଏହି ମନରେଗା କାମରେ ଦୁର୍ନୀତି ବା ଅନିୟମିତତା କରିଥିବା ଅଫିସର ଓ ଗାଁ ସାଥିଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment