BREAKING
Loading...
:

ନାଇପର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

 ନାଇପର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର 

ବ୍ରହ୍ମପୁର (ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ଉପକଣ୍ଠରେ ନାଇପର(NIPER) ପ୍ରତିଷ୍ଠା ଦାବିରେ ଆଜି ବିଶ୍ଵ ସ୍ବାସ୍ଥ୍ୟ ଦିବସରେ* ଦକ୍ଷିଣ ଓଡିଶା ଫାର୍ମାସିଷ୍ଟ ସଂଘ (SOPA) ତରଫରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରୁ ଦକ୍ଷିଣ ଓଡିଶା ଫାର୍ମାସିଷ୍ଟ ସଂଘ ସଭାପତି ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏକ ବିରାଟ ରାଲି ବାହାରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାର ଓ ରସାୟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ରାଲି ଓ ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ଫାର୍ମାସୀ ଗ୍ରlଜୁଏଟ୍ ସଂଘ(IPGA), ଗଞ୍ଜମ ଔଷଧ ବ୍ୟବସାୟୀ ସଂଘ (GPCDA), ଭାରତିୟ ଫାର୍ମାସିଟିକଲ ଶିକ୍ଷକ ସଙ୍ଘ (APTI), ହୋମସ୍ ଚାରିଟେବୁଲ ଓ ଏଜୁକେଶନଲ ଟ୍ରଷ୍ଟ(Homes-CET), ସିପିଏସ ମହୁଡ଼ା, ଓମ୍ ସାଇ ଫାର୍ମାସୀ କଲେଜ, ରୟାଲ ଫାର୍ମାସୀ କଲେଜ, ରୋଲାଣ୍ଡ ଫାର୍ମାସୀ କଲେଜ ଛାତ୍ର ଛାତ୍ରୀ ସମେତ ବହୁ ଫାର୍ମାସିଷ୍ଟ ଓ କର୍ମକର୍ତା ଯୋଗ ଦେଇଥିଲେ l ପ୍ରକାଶଯୋଗ୍ୟ ବ୍ରହ୍ମପୁର ଉପକଣ୍ଠରେ ୧୯୭୯ ମସିହାରେ ଫାର୍ମାସୀ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ବର୍ତମାନ ବ୍ରହ୍ମପୁରରେ ୫ଟି ଫାର୍ମାସୀ କଲେଜ୍ ଅଛି l ଏଠୁ ପାଠପଢି ବାହାରିଥିବା ଛାତ୍ର ଛାତ୍ରୀ ଦେଶ ବିଦେଶରେ ବହୁ ସୁନାମ ଅର୍ଜନ କରିଛନ୍ତି l ଏଣୁ ବ୍ରହ୍ମପୁରରେ ନାଇପର(NIPER) ପ୍ରତିଷ୍ଠା ହେଲେ ଜିଲ୍ଲାବାସୀଙ୍କ ସମେତ ଦକ୍ଷିଣ ଓଡ଼ିଶା ଉପକୃତ ହୋଇପାରିବେ l ଆଜିର ଏହି କାର୍ଯ୍ୟକ୍ରମରେ ସୋପା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ଆବାହକତ୍ୟରେ ଅନୁଷ୍ଠିତ ରାଲି ଓ ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ UCDA ସଭାପତି ତଥା GPCDA ସମ୍ପାଦକ ପି ସତ୍ୟନାରାୟଣ, IPGA ସଭାପତି ଡକ୍ତର ଲଳିତ କୁମାର ସାହୁ, HOMES ସଭାପତି ଘନଶ୍ୟାମ ପାଣିଗ୍ରାହୀ, APTI ପୂର୍ବତନ ସଭାପତି ଡକ୍ତର ଅଞ୍ଜନ ମହାପାତ୍ର, ପ୍ରଫେସର ଆର ସି ଦାସ, ଭଗବାନ ବିସ୍ୱାଳ, ରବି ନାରାୟଣ ରଣା, କୃଷ୍ଣ ଚନ୍ଦ୍ର ପଣ୍ଡା, କେଦାର ନାଥ ଜେନା, ମନୋଜ ପତି, ସୁଜିତ ଭୂୟାଁ, ପ୍ରଶାନ୍ତ ଚୌଧୁରୀ, ପ୍ରମେନ୍ଦ୍ର ଗୌଡ଼, ଦେବାଶିଷ ପଣ୍ଡା, ସିତାଂଶୁ ପଣ୍ଡା, ନାରାୟଣ ମହାଙ୍କୁଡ଼ ଓ ନାଗେଶ୍ବର ପୃଷ୍ଟିଙ୍କ ସମେତ ବହୁ କର୍ମକର୍ତା ନେତୃତ୍ୱ ନେଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS