BREAKING
Loading...
:

ସ୍ଵାମୀ ରୋଗ ଶଯ୍ୟାରେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ

 *ସ୍ଵାମୀ ରୋଗ ଶଯ୍ୟାରେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ* 

ସ୍ତ୍ରୀ କାନ୍ଧରେ ପରିବାର ବୋଝ

ମୟୂରଭଞ୍ଜ (ମଣିଭଦ୍ରା ଖବର) ଯନ୍ତ୍ରଣା ପାଲଟିଯାଇଛି ଜୀବନ । ସାଥୀ ସାଜିଛି ରୋଗ ଶଯ୍ୟା । ଏ ଭାଗ୍ୟର ବିଡମ୍ବନା ନୁହେଁ ତୋ ଆଉ କଣ । ଘରର ଏକମାତ୍ର ରୋଜଗାରିଆ ପୁଅ । ତାଙ୍କ ରୋଜଗାର ଉପରେ ନିର୍ଭର କରି ଚଳୁଥିଲେ ବିଧବା ବୃଦ୍ଧା ମାଆ, ସ୍ତ୍ରୀ ଓ ଦୁଇ ନାବାଳକ ପିଲା । କଷ୍ଟ ହେଲେ ସୁଖେଦୁଃଖେ ଚଳି ଯାଉଥିଲା ତାଙ୍କ ସଂସାର । ହଠାତ୍ ତାଙ୍କ ଭାଗ୍ୟ ଆକାଶରେ ଘଟି ଆସିଲା କଳା ବାଦଲ । ନିମିଷକେ ସବୁ ଅଲଟପାଲଟ ହୋଇଗଲା । ଆଉ ପରିବାର ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ । ଅସହାୟା ସ୍ତ୍ରୀ ସାଙ୍ଗକୁ ବିଧବା ବୃଦ୍ଧା ମାଆ କାନ୍ଧରେ ପଡ଼ିଲା ପରିବାର ଚଳାଇବା ଦାୟିତ୍ଵ । ମୂଲମଜୁରୀ ଲାଗିଲେ ଚାଲୁଥିଲା ପରିବାର । ଏବେ ରୋଗ ଶଯ୍ୟାରେ ରୋଜଗାରିଆ ପୁଅ ଓଳିଏ ଖାଇବା ଯୁଟାଇଲେ ଦୁଇ ଓଳି ଉପାସ । ସେପଟେ ଦୁଇଟି ନାବାଳକ ପିଲାର ଭୋକିଲା ମୁହଁକୁ ଚାହିଁଲେ ଦୁଃଖ ଓ କୋହରେ ଛାତି ଫାଟି ଯାଉଛି ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଥିଲେ ଅସହାୟା ଶାଶୁ ଓ ବୋହୁ । ଅନ୍ୟପଟେ ରୋଗ ଶଯ୍ୟାରେ ଥିବା ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଭଳି ପରିସ୍ଥିତିରେ କଣ କରିବୁ କିଛି ବୁଦ୍ଧିବାଟ ଦିଶୁନି । ତେବେ ସାହିପୋଡ଼ିଶା ସମେତ ବନ୍ଧୁ ବର୍ଗଙ୍କ ସାହାଯ୍ୟ ସହଯୋଗ ଯୋଗୁଁ ଆଜି ପର୍ଯ୍ୟନ୍ତ ଆମ ପରିବାର ବଞ୍ଚି ରହିଛି । ହେଲେ କେତେବି ଦେବେ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚଢ଼େଇଗାଁ ପଞ୍ଚାୟତ କାଦୁଆଣି ଗ୍ରାମରେ । ଏହି ଗ୍ରାମର ସ୍ବର୍ଗତ ବିରଞ୍ଚି ଥୟାଳଙ୍କ ପରିବାର ରହିଛି । ବାପା ବିରଞ୍ଚି ଥୟାଳଙ୍କ ଦେହାନ୍ତ ପରେ ପୁଅ ନବୀନ ଥୟାଳ(୩୮)ଙ୍କ କାନ୍ଧରେ ପଡ଼ିଥିଲା ପରିବାର ଦାୟିତ୍ଵ । ପୁଅ ନବୀନ ଥୟାଳ(୩୮)ଙ୍କ କାନ୍ଧରେ ଥିଲା ବିଧବା ବୃଦ୍ଧା ମାଆ ଶକୁନ୍ତଳା ଥୟାଳ,ସ୍ତ୍ରୀ ସୁରେଖା ଥୟାଳ ସମେତ ଦୁଇ ନାବାଳକ ପିଲାର ଭରଣପୋଷଣର ବୋଝ । କଷ୍ଟ ହେଲେ ମଧ୍ୟ ନବୀନ ତାଙ୍କର ଦାୟିତ୍ଵ ତୁଲାଇ ଆସୁଥିଲେ । ହେଲେ ୨୦୨୫ ଜାନୁଆରୀ ୩ ତାରିଖ ହଠାତ ସବୁ ଗୋଳମାଳିଆ କରିଦେଇଥିଲା । ପରିବାର ଲୋକଙ୍କ ସହିତ ସାହିପୋଡ଼ିଶାଙ୍କ କହିବା ଅନୁସାରେ ଗ୍ରାମର ମଡ଼ାଉକା ଛକରେ ସାଙ୍ଗସାଥୀଙ୍କ ସହ ବସିଥିବା ବେଳେ ତାଙ୍କୁ ଯନ୍ତ୍ରଣା ହେବାରୁ ସାଙ୍ଗସାଥୀମାନେ ଧରି ନେଇଥିଲେ । ହେଲେ ସେହି ସମୟ ଠାରୁ ନବୀନ ଅଚଳ ହୋଇପଡିବା ସହ ନିର୍ବାକ ହୋଇ ଶଯ୍ୟାଶାୟୀ ହୋଇଯାଇଛନ୍ତି । ଗରିବ ମୂଲିଆ ପରିବାର ଚିକିତ୍ସା ପାଇଁ ଅର୍ଥବା ଆସିବ କୋଉଠୁ । ସାହିପୋଡିଶା ବନ୍ଧୁବର୍ଗଙ୍କ ସାହାଯ୍ୟ ସହଯୋଗ ସାଙ୍ଗକୁ ଧାରକରଜ କରି କଟକ ସ୍ଥିତ ରୋହନ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ମାତ୍ର ଏବେ ପୁଣି ଏକ ଅସ୍ତ୍ରୋପଚାର ଆବଶ୍ୟକ । କିନ୍ତୁ ଏବେ ଅର୍ଥ ସାଜିଛି ବାଧକ । ଏଇ ଅସ୍ତ୍ରୋପଚାର ପରେ ସୁସ୍ଥ ହେବେ ନବୀନ ବୋଲି ଡାକ୍ତର ପରାମର୍ଶ ଦେଇ କହିଛନ୍ତି । ଅସ୍ତ୍ରୋପଚାର ପାଇଁ ଏବେ ଅର୍ଥ ଆସିବବା କୋଉଠୁ । ଶାଶୁ ବୋହୁ ସବାଇଘାସ ବୋଳି ପ୍ରସ୍ତୁତ କରୁଥିବା ଦଉଡ଼ି ବଜାରରେ ବିକ୍ରି କଲେ ପରିବାର ମୁହଁରେ ଆହାର ଦେବା ସହିତ ବଳକା ଅର୍ଥରେ ନବୀନ ପାଇଁ ଔଷଧ କିଣା ହେଉଛି । ତାହା ପୁଣି ପରିବାର ସମସ୍ତଙ୍କ ପେଟକୁ କାଟି । ଏଭଳି ସ୍ଥିତିରେ ହୁଏତ ନବୀନର ଜୀବନ ବଞ୍ଚାଇବା ପାଇଁ ଅସ୍ତ୍ରୋପୋଚାର ଏକମାତ୍ର ଶେଷ ଭରସା । ଅସ୍ତ୍ରୋପୋଚାର ପରେ ନବୀନ ସୁସ୍ଥ ହେଲେ ପୁଣି ତାର ପୂର୍ବ ଧାରାକୁ ଫେରି ପରିବାର ମୁହଁରେ ହସ ଫୁଟାଇ ପାରିବ ବୋଲି ଶାଶୁ ବୋହୂଙ୍କ ବିଶ୍ୱାସ । କିନ୍ତୁ ଶେଷ ଅସ୍ତ୍ରୋପୋଚାର ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବାରୁ ଅସହାୟା ଶାଶୁ ବୋହୂ ବଦାନ୍ୟ ବ୍ୟକ୍ତି ବିଶେଷ, ସାମାଜିକ ସଂଗଠନ ଓ 

ଅନୁଷ୍ଠାନକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଇଚ୍ଛା କରୁଥିବା ବଦାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ ନିମ୍ନ ଅନୁସାରେ ଦେବାକୁ ଅନୁରୋଧ । ସୁରେଖା ଥୟାଳ,ସ୍ଵାମୀ ନବୀନ ଥୟାଳ, ଗାଡିଆ ବ୍ୟାଙ୍କ ଶାଖା, ଜମାବହି ନଂ 0903010162142, ଆଇଏଫଏସସି କର୍ଡ PUNB0 090320 ଏହି ନମ୍ବରରେ ସହୃଦୟ ବଦାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ ଯଥା ସମ୍ଭବ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିନମ୍ର ଅନୁରୋଧ ଜଣାଇଛନ୍ତି ନବୀନଙ୍କ ପତ୍ନୀ ସୁରେଖା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS