BREAKING
Loading...
:

ସମ୍ବଲପୁର ବିଶ୍ବବିଦ୍ୟାଳୟର ଏସଟି ଏସସି କର୍ମଚାରୀ ସଂଘର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ

 ସମ୍ବଲପୁର ବିଶ୍ବବିଦ୍ୟାଳୟର ଏସଟି ଏସସି କର୍ମଚାରୀ ସଂଘର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ 


ସମ୍ବଲପୁର (ମଣିଭଦ୍ରା ଖବର) 


ସମ୍ବଲପୁର ଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସ୍‌ଟି, ଏସ୍‌ସି କର୍ମଚାରୀ ସ‍ଂଘର ୩୫ତମ ପ୍ରତିଷ୍ଠା ଦିବସ ପାଳନ ସହ ମହାତ୍ମା ଜ୍ୟୋତିବା ଫୁଲେଙ୍କ ୧୯୮ ତମ ଜୟନ୍ତୀ  ପାଳିତ ହୋଇଯାଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ଏସଟି ଏସସି କର୍ମଚାରୀ ସଂଘର ସଭାପତି ନିହାଲ ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତ୍ରିବିକ୍ରମ ସାହୁ ସମ୍ମାନିତ ଅତିଥି, ଏମଡି ମୁସ୍ତିକିମ, ମୁଖ୍ୟ ବକ୍ତା ପ୍ରସିଦ୍ଧ ହାସ୍ୟ ଅଭିନେତା ବିନ୍ଦୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟ କର୍ମଚାରୀ ସଂଘର ସବୁ ଏସଟି ଏସସି କର୍ମଚାରୀଙ୍କ ପାଇଁ ବିଗତ ୩୫ ବର୍ଷ ମଧ୍ୟରେ ସଂଘର କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲୋକପାତ କରାଯାଇଥିଲା। ଏଥିସହ ଶିକ୍ଷାର ଜନକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସ‌ହ ବାବା ସାହେବ୍ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ମଧ୍ୟ କରାଯାଇଥିଲା। ଶେଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଏସଟି ଏସସି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଗୋପାଳ ଚରଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS