ମଣ୍ଡଳ ସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନୂତନ ପ୍ରବେଶ ଉତ୍ସବ ର ଆୟୋଜିତ ଖଡ଼ି ଛୁଆଁ ଓ ଶିଶୁ ବାଟିକା କକ୍ଷର ଶୁଭାରମ୍ଭ କାର୍ଯ୍ୟ କ୍ରମ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶିକ୍ଷା ଅନୁଷ୍ଠାନରେ ପାଳନ ହୋଇଯାଇଛି।ଖଣ୍ଡପଡ଼ାପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ରେ ବୁଧବାର ଦିନ ଏକ ଉତ୍ସବ ସଭା ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ସଭାସ୍ଥଳ ରେ ମୁଖ୍ୟ ଅତିଥି ରୂପେ ଲୋକ ସଭା ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ ଯୋଗଦେଇ ଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦିପ କୁମାର ସାହୁ, ଏବିଓକଳିଙ୍ଗ ଚନ୍ଦ୍ର ନାୟକ, ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର କର,ଭି ଆର୍ ସି ସି ନାରାୟଣ ଦାସ, ଶିଶୁ କବି କାଶି ନାଥ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୋଜାଲିନ ପରମ ଗୁରୁ, ସମେତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ ପୈାରହିତ କରି କରି ଏକ ସଭା ଅନୁଷ୍ଠିତ ହୋଇଯାଇଛି। ପିଲା ଗୁଣାତ୍ମକ ଓ ସର୍ବୋତ୍ତମ ଶିକ୍ଷା ଦାନ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ। ଏହା କୁ ବାସ୍ତବ ରୂପ ଦେବା ପାଇଁ ନୂଆ ଶିକ୍ଷା - ନୀତି ୨୦୨୦ କାର୍ଯ୍ୟ କାରି ସହ ନୂଆକରି ପାଠ ପଢା ଆରମ୍ଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରି ବାକୁ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ସମସ୍ତ ରାଜ୍ୟ ରେ ବୁଧବାର ଦିନ ପାଳନ ହୋଇଯାଇଛି। ଏହା ସହିତ ନୂତନ ଶିକ୍ଷା ନିତି ଅନୁଯାୟୀ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଆଜି ଠାରୁ ଶିଶୁ ବାଟିକା କକ୍ଷର ଶୁଭାରମ୍ଭ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ ପ୍ରଥମ କରି ଆସୁଥିବା ଛୋଟ ଛୋଟ ଶିଶୁମାନଙ୍କର ଶିକ୍ଷା ପ୍ରତି କିପରି ଭାବରେ ଆଗ୍ରହ ପ୍ରକାଶ ପାଇବ ସେ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମନରେ ସଚେତନତା ସୃଷ୍ଟି କରାଇବା ସହ ଛାତ୍ର ଛାତ୍ରୀ ମାନେ ନିୟମିତ ପାଠପଢିବାକୁ ଆସି ବା ପାଇଁ ପରାମର୍ଶ ଦେଇଥିଲେ। ପିଲା ମାନଙ୍କୁ ଏକ ପାଠ୍ୟ ପୁସ୍ତକ ଯୋଗାଇ ବା ସହ ନୂତନ ବ୍ୟାଗ ଯୋଗାଇ ଥିଲେ। ଏଥିସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ର ଲଗାଯାଇ ପାଠ ପଢ଼ିବାର ଶୈଳି ଛାତ୍ର ଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ହୃଦୟଗମ କରି ଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ସଭାକୁ ସଫଳ କରି ଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ



إرسال تعليق